• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଓଡ଼ିଆ ମେଗା ସିରିୟଲ କ୍ରିକେଟ ଲିଗ୍ ଉଦଘାଟିତ

ଓଡ଼ିଆ ମେଗା ସିରିୟଲ କ୍ରିକେଟ ଲିଗ୍ ଉଦଘାଟିତ

January 30, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଆଜି ଭୁବନେଶ୍ୱର ସ୍ଥିତ କିଟ୍ ସ୍ପୋର୍ଟସ ଗ୍ରାଉଣ୍ଡ୍ ଠାରେ ‘ଓଡ଼ିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍’ ଉଦଘାଟିତ ହୋଇଯାଇଛି ।

ଦ୍ୱିଦିବସୀୟ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ।

ସାଧାରଣତଃ ଚ୍ୟାନେଲଗୁଡ଼ିକ ଟିଆରପି ଦୌଡ଼ରେ ସାମିଲ ହୋଇ ପରସ୍ପର ପ୍ରତି ପ୍ରତିଦ୍ୱନ୍ଦ୍ୱୀ ମୂଳକ ଆଭିମୁଖ୍ୟ ପ୍ରତିପୋଷଣ କରିଥାନ୍ତି ।

ହେଲେ ଆଜିକିନ୍ତୁ ବନ୍ଧୁତାପୂର୍ଣ୍ଣ ତଥା ଭାଇଚାରାର ଯେଉଁ ନିଦର୍ଶନ ଦେଖିବାକୁ ମିଳିଛି ତାହା ବେଶ୍ ପ୍ରଶଂସନୀୟ ।

ସ୍ପନସର ଟିମ୍ ଆମେବି ପ୍ଲସକୁ ମିଶାଇ ମୋଟ୍ ୧୪ଟି ମେଗାଧାରାବାହିକ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ସେଗୁଡିକ ହେଲେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ‘ତାରାତାରିଣୀ’, ‘ସିନ୍ଦୂରର ଅଧିକାର’, ‘ନୂଆବୋହୂ’, ‘କୁଅାଁରୀ ବୋହୂ’, ‘ମାୟା’, ଜୀ-ସାର୍ଥକରେ ପ୍ରସାରିତ ‘ଜୀବନସାଥୀ’, ‘ଦିବ୍ୟଦୃଷ୍ଟି’, ‘ମହାଦେବୀ’, ‘ରହିଛି ରହିବି ତୋରି ପାଇଁ’, ‘ତୋ ପାଇଁ ମୁଁ ମୋ ପାଇଁ ତୁ’, ମଞ୍ଜରୀରେ ପ୍ରସାରିତ ‘ସିଂହଦ୍ୱାର’, ‘ନଣନ୍ଦ ପୁଟୁଳି’ ଓ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଟିମ୍ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମିଶ୍ର, ଶ୍ରୀଜିତ୍ ଶତପଥୀ, ଦ୍ୱିପାୟନ ମଜୁମଦାର, ରତିକାନ୍ତ ଶତପଥୀ, ଗାର୍ଗୀ ମହାନ୍ତି, ବସନ୍ତ ସାହୁ, ଅନୁକୂଳ ରାଉତ ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

 

୭ଟି ଲିଗ୍ ମ୍ୟାଚ୍, ୪ଟି କ୍ୱାର୍ଟର ଫାଇନାଲ, ୨ଟି ସେମିଫାଇନାଲ ଓ ୧ଟି ଫାଇନାଲ୍ ମ୍ୟାଚକୁ ମିଶାଇ ଖେଳାଯିବାକୁ ଥିବା ମୋଟ୍ ୧୪ଟି ମ୍ୟାଚରେ ତାରକା ଖେଳାଳି ଭାବେ ଅଶ୍ୱିନୀ ବ୍ରହ୍ମା, ଲିପି ମହାପାତ୍ର, ବରଦାପ୍ରସନ୍ନ, ଅମିତ କୁମାର, ଜ୍ୟୋତିପ୍ରକାଶ ପଣ୍ଡା, କୁକିଜ୍, ରିଶି, ଦେବସ୍ମିତା ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, କେକେ, ବିରଂଚି, ମିତାଲି ସରଘରିଆ, ଅର୍ପିତା କର, ତୃପ୍ତି ମିରାମ୍ବିକା, ନୀତୁ ସିଂହ, ଲୋପାମୁଦ୍ରା, ରୋଜି, ସେଲି ମିଶ୍ର, ଅନନ୍ତ ନାରାୟଣ ରଥ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।

ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିଛି ସେମାନେ ହେଲେ ବରଦାପ୍ରସନ୍ନ ପାତ୍ର, ଅଜୟ ସିଂହ, ଅମିତ୍ କୁମାର ଓ ସାରଦା ପ୍ରସନ୍ନ ପାତ୍ର । କିଟ୍ ସ୍ପୋର୍ଟସ ଏକାଡେମୀ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନର ପ୍ୟାନେଲ୍ ଅମ୍ପାୟାର ମ୍ୟାଚ୍ ପରିଚାଳନା କରିଥିଲେ ।

ପରଦାରୁ ପଡ଼ିଆକୁ ଓହ୍ଲାଇଥିଲେ ଦର୍ଶକଙ୍କ ପ୍ରିୟ ଓ ପସନ୍ଦିଦାର କଳାକାର । ଆଭିମୁଖ୍ୟ ଥିଲା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ସକାରାତ୍ମକ ଚିନ୍ତାଧାରା ଓ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେବା ।

ଆଉ ଏହା ସମ୍ଭବ ହୋଇପାରିଥିଲା କେବଳ ସ୍ପନସର ଆମେବି ପ୍ଲସ ପାଇଁ । ଓଡ଼ିଆ ମେଗା ସିରିୟଲ କ୍ରିକେଟ ଲିଗ୍ର ସମସ୍ତ ସଦସ୍ୟଙ୍କ ପାଇଁ ।

ଯେଉଁମାନେ ପଡ଼ିଆରେ କ୍ରୀଡ଼ା ପ୍ରଦର୍ଶନ କରୁଥିଲେ ଏବଂ ଯେଉଁ ମାନେ ଦର୍ଶକ ଗ୍ୟାଲେରିରେ ଦର୍ଶକଙ୍କ ସହ ମିଶି ଉତ୍ସାହିତ କରୁଥିଲେ ।

ପ୍ରଥମ ଦିବସରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ଦିବସରେ କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

ଦ୍ୱିତୀୟ ଦିବସର ଉଦଯାପନୀ ଉତ୍ସବରେ ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କ୍ରୀଡା ନିଦେ୍ର୍ଦଶକ କିଟ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire