ଭୁବନେଶ୍ୱର,ଫେବ୍ରୁଆରୀ ୬(ଲୋକାଲ ୱାୟାର): ଓଡ଼ିଆ ସାଉଣ୍ଡ୍ ଡିଜାଇନର ନିହାର ରଞ୍ଜନ ସାମଲଙ୍କୁ ଫିଲ୍ମ ଫେୟାର ଆୱାର୍ଡ । ଚଳଚ୍ଚିତ୍ର ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ପାଇଁ ସାଉଣ୍ଡ୍ ଡିଜାଇନ୍ କରିଥିବା ଓଡ଼ିଆ ପ୍ରତିଭାଙ୍କୁ ଏହି ପୁରସ୍କାର ମିଳିଛି ।
ନିହାରଙ୍କ ସହ ଏହି ଫିଲ୍ମ ପାଇଁ ମିଳିତ ଭାବେ ସାଉଣ୍ଡ୍ ଡିଜାଇନିଂ କରିଥିଲେ ବିଶ୍ୱଦୀପ ଦୀପକ ଚାଟାର୍ଜୀ ।
ଏହା ପୂର୍ବରୁ ବି ନିହାର ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି । ୨୦୧୪ରେ ‘ମାଡ୍ରାସ୍ କାଫେ’ ପାଇଁ ଫିଲ୍ମ ଫେୟାର ସହ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ ।
‘ବାଜିରାଓ ମସ୍ତାନୀ’ ପାଇଁ ୨୦୧୬ରେ ନିହାର ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନର ସମ୍ମାନରେ ସମ୍ମାନିତ ହୋଇଥିଲେ ।
୪୪ରୁ ଊର୍ଦ୍ଧ୍ୱ ସିନେମାରେ ସାଉଣ୍ଡ୍ ଡିଜାଇନର ଭାବେ କାମ କରିଥିବା ନିହାର ବଲିଉଡର ବହୁ ହିଟ୍ ସିନେମାରେ କାମ କରିଛନ୍ତି ।
ଏବେ ସେ ‘ଗୁଲାବୋ ସିତାବୋ’ରେ କାମ କରୁଛନ୍ତି, ଯାହାର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି ।
ଲୋକାଲ ୱାୟାର
Leave a Reply