• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଓଡ଼ିଆ ସିନେ ସେଲିବ୍ରିଟିଙ୍କ ମକର ଶୁଭେଚ୍ଛା

ଓଡ଼ିଆ ସିନେ ସେଲିବ୍ରିଟିଙ୍କ ମକର ଶୁଭେଚ୍ଛା

January 14, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ମକର ସଂକ୍ରାନ୍ତି । ଓଡ଼ିଆ ଘରର ଏକ ଅନନ୍ୟ ପର୍ବ । ଏହା ସହିତ ରହିଛି ଅନେକ ପ୍ରଥା ଓ ପରମ୍ପରା ।

ଖାଲି ଓଡ଼ିଶା କାହିଁକି ବାହାରେ ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ଏହି ପର୍ବକୁ ପାଳନ କରିଥାନ୍ତି, କିନ୍ତୁ ଭିନ୍ନ ଭିନ୍ନ ନାମକରଣ ସହିତ ।

ଯାହା ବି ହେଉ ମହାମାରୀ କରୋନା କଟକଣା ଭିତରେ ଦୀର୍ଘ ୧୦ମାସ ପରେ ଆଜି ସମସ୍ତେ ଏହି ପର୍ବକୁ ଏକାଠି ହୋଇ ପାଳିଛନ୍ତି । ମନ୍ଦିର ଯାଇଛନ୍ତି ।

ମକର ଚାଉଳ ଭୋଗ କରି ପରସ୍ପର ଆଦାନ ପ୍ରଦାନ କରିଛନ୍ତି । ସେହି ଅବସରକୁ ହାତ ଛଡ଼ା କରିନାହାନ୍ତି ଆମ ଓଡ଼ିଆ ସିନେ ସେଲିବ୍ରିଟି ।

ସେମାନେ ବି ଏ ପର୍ବର ଆଉ ଏକ ବିଶେଷତ୍ୱ ଥିବା ଗୁଡ଼ିକୁ ଆକାଶରେ ଉଡ଼ାଇ ୨୦୨୧ ସମସ୍ତଙ୍କ ପାଇଁ ସମୃଦ୍ଧିର ବର୍ଷ ହେଉ, ହଜି ଯାଇଥିବା ଖୁସି ଆଉ ଲିଭିଯାଇଥିବା ରଙ୍ଗ ବୋଳି ଦେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସମସ୍ତେ ବିଭିନ୍ନ ବେଶରେ ଭିନ୍ନ ଭିନ୍ନ ପୋଜର ଫଟୋ ସୋସିଆଲ୍ ମିଡିଆରେ ଶେୟାର କରି ମକରର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ସେ ଭିତରେ ରହିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ, ଶ୍ରଦ୍ଧା ପାଣିଗ୍ରାହୀ, ଝିଲିକ୍, ବର୍ଷା ପ୍ରିୟଦର୍ଶନୀ, ଭୂମିକା ଦାଶ ।

ଏଲିନା ଓ ଝିଲିକ ଗୁଡ଼ି ଉଡ଼ାଉଥିବା ବେଳେ ଭିଡିଓ ବାର୍ତ୍ତା ରଖିଛନ୍ତି ଭୂମିକା । ବାକି ଅଭିନେତା ଆକାଶ ଦାସ ନାୟକ, ସବ୍ୟସାଚୀ ମିଶ୍ର, ସ୍ୱରାଜ ବାରିକ ଓ ନୃତ୍ୟ ଶିଳ୍ପୀ ତଥା କୋରିଓଗ୍ରାଫର ମଧ୍ୟ ମକରର ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱରାଜ କବିତାର ଛନ୍ଦରେ ମକରର ଶୁଭେଚ୍ଛା ବାଣ୍ଟିଛନ୍ତି । ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଧୂମସା ବାଜେ ମାଦଲ୍ ବାଜେ, ଦୁଲ୍ କି ଉଠେ ଛାତି । ସବ୍ କେ କରୁଛି ମକର୍ ଜୁହାର ପର୍ ବେ ଯିବା ମାତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire