କେନ୍ଦ୍ରାପଡ଼ା, ଏପ୍ରିଲ ୧୫ (ଲୋକାଲ ୱାୟାର): ପ୍ରଜନନ ଋତୁ ଚାଲିଥିବାରୁ ମତ୍ସ୍ୟ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ତରଫରୁ ଏପ୍ରିଲ ୧୫ରୁ ଜୁନ ୧୫ ଯାଏଁ ଓଡିଶା ଉପକୂଳରେ ଯନ୍ତ୍ରଚାଳିତ ମାଛଧରା ଟ୍ରଲରରେ ମାଛଧରା ନିଷିଦ୍ଧ କରାଯାଇଛି ।

ମାଛଧରା ନିଷିଦ୍ଧ ସମୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୧୯୯୮ରୁ ବର୍ଷା ଋତୁରେ ମାଛଧରା ନିଷିଦ୍ଧ କରାଯାଉଛି ।

ବିଭାଗ ଦ୍ୱାରା ରାଜ୍ୟର ୧୭୪୧ ଟ୍ରଲର ସମେତ ୨୧୮୩୨ ମାଛଧରା ଡଙ୍ଗା ପଞ୍ଜିକୃତ ହୋଇଛି ।

ମାଛଧରା ନିଷିଦ୍ଧ ସମୟରେ ଯନ୍ତ୍ରଚାଳିତ ମାଛଧରା ନୌକା ସମୁଦ୍ରକୁ ଯାଇପାରିବ ନାହିଁ । ୮.୫ ମିଟରରୁ କମ୍ ଲମ୍ବ ବଡ଼ ଜାଲ ବ୍ୟବହାର କରୁଥିବା ମାନବଚାଳିତ ନୌକା ଏହି ନିଷେଧାଦେଶରୁ ବାଦ ପଡିଛି ।

ଓଡ଼ିଶା ଉପକୂଳର ୧୨ ନଟିକାଲ ମାଇଲ ଯାଏଁ ଏହି ନିଷେଧାଦେଶ ବଳବତ୍ତର ରହିବ ଓ ସମସ୍ତ ପ୍ରକାର ଟ୍ରଲର ଓ ୮.୫ ମିଟରରୁ ବଡ ଯନ୍ତ୍ରଚାଳିତ ଡଙ୍ଗା ପ୍ରତି ପ୍ରଯୁଜ୍ୟ ହେବ ।

ମାଛ ପ୍ରଜାତିଗୁଡ଼ିକର ସଂରକ୍ଷଣ ଏହି ନିଷେଧାଦେଶର ଲକ୍ଷ୍ୟ ବୋଲି ଯୁଗ୍ମ ନିଦେ୍ର୍ଦଶକ, ମତ୍ସ୍ୟ ବିଭାଗ (ଉପକୂଳ) ପବିତ୍ର ବେହେରା କହିଛନ୍ତି ।

ମତ୍ସ୍ୟଜୀବୀମାନେ ଏହି ଦୁଇ ମାସିଆ ପ୍ରତିବନ୍ଧକକୁ ନେଇ ବେଶ ଖୁସି ଅଛନ୍ତି । ପାରମ୍ପରିକ ମତ୍ସ୍ୟଜୀବି ଏହି ନିଷେଧାଦେଶରୁ ବାଦ ପଡ଼ିଥିବା ବେଳେ ପ୍ରତିବର୍ଷ ବାହାର ରାଜ୍ୟର ମତ୍ସ୍ୟଜୀବୀମାନେ ଦୁଇ ମାସ ଛୁଟି କଟାଇବାକୁ ନିଜ ନିଜ ଗାଁକୁ ଯାଇଥାନ୍ତି ।

ତେବେ କୋଭିଡ ପରିସ୍ଥିତି ଯୋଗୁଁ ସେମାନେ ଏଥର ଗାଁକୁ ନଫେରି ନୋଳିଆ ବସ୍ତିରେ ରହିବେ ବୋଲି ଖରିନାସୀର ମତ୍ସ୍ୟଜୀବୀ ଜୀବନ ରାଓ କହିଛନ୍ତି ।

ଲୋକାଲ ୱାୟାର