ଭୁବନେଶ୍ୱର, ଏପ୍ରିଲ ୨୪ (ଲୋକାଲ ୱାୟାର) : ଲକ୍ ଡାଉନ୍ ସରିବା ପରେ ଓଡ଼ିଶା ଫେରିବାକୁ ଥିବା ଶ୍ରମିକମାନେ ଆଜିଠାରୁ ପଞ୍ଜିକରଣ କରି ପାରିବେ ।
ସରକାରଙ୍କ ଦ୍ୱାର ଖୋଲା ଯାଇଥିବା ପୋର୍ଟାଲରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ପଞ୍ଜିକରଣ କରି ପାରିବେ ।
ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକମାନେ ନିଜେ କିମ୍ବା କୌଣସି ସମ୍ପର୍କୀୟଙ୍କ ଜରିଆରେ ନାମ ପଞ୍ଜିକରଣ କରିପାରିବେ ।
ସୂଚନା ଅନୁସାରେ, ସେମାନେ ଫେରି ଷ୍ଟେସନରେ ପହଞ୍ôଚବା ପରେ ସେମାନଙ୍କୁ ବ୍ଲକ ଓ ପଞ୍ଚାୟତୱାରୀ ବିଭକ୍ତ କରି ଦାୟିତ୍ୱାଧୀନ ଅଧିକାରୀ ସ୍ୱତନ୍ତ୍ର ଗାଡ଼ିରେ ଗାଁକୁ ନେବେ ।
ପଞ୍ଚାୟତ ପାଇଁ ମୁତୟନ ଥିବା ନୋଡାଲ ଅଧିକାରୀ ଏବଂ ସରପଞ୍ଚ ଏହି ପଞ୍ଜିକୃତ ଲୋକମାନେ ଯେପରି ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ୍ରେ ରହିବେ ତାର ବ୍ୟବସ୍ଥା କରିବେ ।
ଲୋକମାନଙ୍କ ରହିବା ଖାଇବା ମାଗଣା ହେବ । ୧୪ ଦିନରେ ଆବଶ୍ୟକ ପଡ଼ିଲେ ସେମାନଙ୍କ ନମୁନାର କୋଭିଡ୍ ପରୀକ୍ଷା ହେବ ।
କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ପ୍ରତ୍ୟେକ ପଞ୍ଜିକୃତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।
ଲୋକାଲ ୱାୟାର
Leave a Reply