ଭୁବନେଶ୍ୱର, ଫେବ୍ରୁଆରୀ ୫(ଲୋକାଲ ୱାୟାର): ଆରମ୍ଭ ହୋଇଥିବା ଓଡ଼ିଶା ମ୍ୟୁଜିକ ପ୍ରିମିୟର ଲିଗ୍ ୭ତାରିଖ ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଆ ମ୍ୟୁଜିକ୍ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ୍ ଦ୍ୱାରା ଓଡ଼ିଶା ମ୍ୟୁଜିକ୍ ପ୍ରିମିୟର ଲିଗ୍ କିଟ୍ ଷ୍ଟାଡିୟମ ପରିସରରେ ଆୟୋଜିତ ହେଉଛି ।
ଏହି ଅବସରରେ ୭ ତାରିଖ ଉଦଯାପନୀ ସନ୍ଧ୍ୟାରେ ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ନିମନ୍ତେ ୭ ଜଣ ପ୍ରତିଭାଦୀପ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ।
ବରିଷ୍ଠ ପ୍ରତିଭା ଲତା ଘୋଷଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଅର୍ଥରାଶି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ତାଙ୍କୁ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନ ପ୍ରଦାନ କରାଯିବ । ବାକି ୭ଜଣଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ ।
ସେମାନେ ହେଲେ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ନିଦେ୍ର୍ଦଶକ ଜେ ଆଦାନୀ, ଗାୟକ ଦେବାଶିଷ ମହାପାତ୍ର, ଗାୟିକା ମିତାଲି ଚିନ୍ନାରା, ସଙ୍ଗୀତକାର ମୁବାରକ୍, ସଙ୍ଗୀତ ପରିଚାଳକ ପ୍ରଫୁଲ୍ଲ ବେହେରା, ମେଲୋଡି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହମ୍ମଦ ନାରିସଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ ।
ବାକି ଲିଗ୍ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଖେଳାଯିବ ।
ଲୋକାଲ ୱାୟାର
Leave a Reply