ଭୁବନେଶ୍ୱର, ଡିସେମ୍ବର ୭(ଲୋକାଲ ୱାୟାର): ଓଏସଏ ହେଲଥ ଆଣ୍ଡ୍ ୱେଲନେସ୍ ଗ୍ରୁପ୍ ୫୫୦ଟି ଅତି ଉଚ୍ଚଧରଣର ଅକ୍ସିମିଟର ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛି ।
ଯାହାର ମୂଲ୍ୟ ପାଖାପାଖି ୮ଲକ୍ଷ ଟଙ୍କା ହେବ । ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ମ୍ୟାନେଜିଂ ଡିରେକ୍ଟର ଯାମିନୀ ଷଡ଼ଙ୍ଗୀ ଓ ଜିଏମ୍ ଅପରେସନ୍ସ ଡ. ସୌଭାଗ୍ୟ ରଞ୍ଜନ ରଣସିଂହଙ୍କ ଉପସ୍ଥିତିରେ ଏହାକୁ ପ୍ରଦାନ କରାଯାଇଛି ।
ଏହି ସମୟରେ ଓଏସଏର ବ୍ରାଣ୍ଡ ଆମ୍ବାସଡର ଅଭିନେତା ସବ୍ୟସାଚୀ ମିଶ୍ର ଉପସ୍ଥିତ ରହିଥିଲେ । ଏହି ଅକ୍ସିମିଟର ଗୁଡ଼ିକ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ନିକଟକୁ ପଠାଯିବ ।
ଯେଉଁମାନେ ଗ୍ରାମାଞ୍ଚଳରେ ଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏହାକୁ ବ୍ୟବହାର କରିପାରିବେ ।
ଏହାର କିଛି ମାସ ପୂର୍ବରୁ ଓଏସଏ ପକ୍ଷରୁ ମୋବାଇଲ୍ କୋଭିଡ୍ ଟେଷ୍ଟିଂ ଭ୍ୟାନ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା ।
ଆଗକୁ ଆହୁରି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ଦେବାଶିଷ ରାୟ କହିଛନ୍ତି ।
ଅନୁଷ୍ଠାନର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ. ସଲିଳ ମହାନ୍ତି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଭଲ ସମର୍ଥନ ମିଳିଲେ ଆଗକୁ କାର୍ଯ୍ୟକ୍ରମ ବଢ଼ାଯିବ । ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଓ ଡ. ଦେବାଶିଷ ରାୟ ଏବଂ ଏହି ପ୍ରୋଜେକ୍ଟର ସଦସ୍ୟା ଡ. ନିବେଦିତା ମହାନ୍ତିଙ୍କ ମାର୍ଗଦର୍ଶନରେ ସବୁ କାର୍ଯ୍ୟକ୍ରମ ଚାଲିଛି ।
ଲୋକାଲ ୱାୟାର
Leave a Reply