ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ, ଅର୍ଥ କମିଟି ସଦସ୍ୟ ନିର୍ବାଚିତ ହୋଇଛନ୍ତି ।
ବୁଧବାର ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ସଦସ୍ୟମାନେ ନିର୍ବାଚିତ ହୋଇଛନ୍ତି ।
ଗତ କିଛି ଦିନ ତଳେ ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ଗଠନ ହୋଇଛି । ଏକାଡେମୀ ସମ୍ବିଧାନ ନିୟମ ଅନୁସାରେ ସାଧାରଣ ପରିଷଦରୁ କାର୍ଯ୍ୟକାରୀ ପରିଷଦ ଓ ଅର୍ଥ କମିଟିକୁ ୩-୩ଜଣ ଲେଖାଏଁ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।
ଏହାଦ୍ୱାରା ଏକାଡେମୀର ନିଷ୍ପତ୍ତି ଲାଗି ବିଭିନ୍ନ କମିଟି ଗଠନ କାର୍ଯ୍ୟ ପୂରା ହୋଇଛି । ଆଗାମୀ ଦିନରେ ଏକାଡେମୀର ସମସ୍ତ କାର୍ଯ୍ୟକ୍ରମ ଲାଗି ଏହି କମିଟିମାନେ ବସି କାର୍ଯ୍ୟପନ୍ଥା ସ୍ଥିର କରିବେ ।
ନିର୍ବାଚିତ କାର୍ଯ୍ୟକାରୀ ପରିଷଦ ସଦସ୍ୟ ହେଲେ ଡ. ପ୍ରସନ୍ନ କୁମାର ସ୍ୱାଇଁ, ଚନ୍ଦ୍ରଶେଖର ହୋତା, ଡ. ନୃସିଂହ ଚରଣ ଷଡ଼ଙ୍ଗୀ ।
ସେହିପରି ଅର୍ଥ କମିଟି ସଦସ୍ୟ ହେଲେ ରୀତାରାଣୀ ନାୟକ, ଡ. ପୁଷ୍ପଲତା ରଥ ଓ ଇଂ. ସଞ୍ଜୟ କୁମାର ପଣ୍ଡା ।
ଏହି ନିର୍ବାଚନ ପ୍ରକ୍ରିୟାରେ ଏକାଡେମୀର ୫୧ଜଣ ସାଧାରଣ ପରିଷଦ ସଦସ୍ୟ, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ଏକାଡେମୀ ସଭାପତି ହରିହର ମିଶ୍ର, ସଚିବ ଶୁଚିସ୍ମିତା ମନ୍ତ୍ରୀ ସାମିଲ ହୋଇଥିଲେ ।
ଲୋକାଲ ୱାୟାର
Leave a Reply