ଭୁବନେଶ୍ୱର, ଅଗଷ୍ଟ ୨୮(ଲୋକାଲ ୱାୟାର): ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଥିବା ଓପିଏସସି ପକ୍ଷରୁ ଶୁକ୍ରବାର କୁହାଯାଇଛି ।
ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ କରୋନା କଟକଣା ଯୋଗୁ ଏବେ ପରୀକ୍ଷା ଆୟୋଜନ ସମ୍ଭବ ନୁହେଁ ।
ତେଣୁ ପରୀକ୍ଷା ନଭେମ୍ବର ମାସରେ ହେବାର ସମ୍ଭାବନା ଅଛି । ତେବେ ଆସନ୍ତା ଦିନରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ନଭେମ୍ବର ମାସରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁୁହାଯାଇଛି ।
ଛାତ୍ରଛାତ୍ରୀମାନେ ନିୟମିତ ସୂଚନା ପାଇବାକୁ ଓପିଏସସି ୱେବସାଇଟ http://www.opsc.gov.in/ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply