• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଓଡ଼ିଶୀରେ କୃଷ୍ଣ ଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ, କୋଣାର୍କ ଉତ୍ସବ ଉଦଯାପିତ

ଓଡ଼ିଶୀରେ କୃଷ୍ଣ ଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ, କୋଣାର୍କ ଉତ୍ସବ ଉଦଯାପିତ

December 5, 2020 By LocalWire Leave a Comment

ଭୁବନେଶ୍ୱର,ଡିସେମ୍ବର ୫(ଲୋକାଲ ୱାୟାର): ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କୀର୍ତ୍ତିସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ ।

ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟା ।

ଉଜ୍ୱଳ ଆଲୋକ ଓ ଶୋଭନୀୟ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ୱାଗତ କରିଥିଲା ଶାସ୍ତ୍ରୀୟ ନୃତ୍ୟର ପ୍ରଖ୍ୟାତ ଶିଳ୍ପୀଗଣଙ୍କୁ ।

ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ ।

ଶୁଦ୍ଧ ନୃତ୍ୟ ପଲ୍ଲବୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ପରଶି ଦେଇଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ ।

ଏହାପରେ ପି. ଭି. କୃଷ୍ଣମୂର୍ତ୍ତିଙ୍କ ପରିକଳ୍ପନା ଆଧାରରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ ।

ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କର ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀମାନେ । ଓଡ଼ିଶୀ, ଚମ୍ପୁ, ଛାନ୍ଦ ଓ ଗୀତଗୋବିନ୍ଦର ମଧୁର ପଦାବଳୀରେ ବେଶ ମନଛୁଆଁ ଥିଲା ।

ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂଯୋଜିତ ନୃତ୍ୟ, କସ୍ତୁରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ଗବେଷଣା କେନ୍ଦ୍ରର ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥୀ ଶିଳ୍ପୀ ।

ଦିଲ୍ଲୀସ୍ଥିତ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନର ଶିଳ୍ପୀଗଣଙ୍କ ପରିବେଷଣରେ ପ୍ରେମର ନିରନ୍ତରତାକୁ ନେଇ ପ୍ରସ୍ତୁତ ହୋଇଥିଲା କଥକ ।

ପରେ ପରେ ପ୍ରେମରେ ଭାବ ଓ ଉଚ୍ଛ୍ୱାସର ତରଙ୍ଗକୁ ମଞ୍ଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା ।

ସଙ୍ଗୀତ ସଂଯୋଜନାକୁ ନେଇ ଗଙ୍ଗା ଯମୁନା ଓ ସ୍ୱରସ୍ୱତୀଙ୍କର ତ୍ରିବେଣୀକୁ ଗାୟନ ଓ ବାଦନରେ ଶିଳ୍ପୀ ପରସି ଦେଇଥିବା ବେଳେ କଥକର ଅନ୍ତିମ ପ୍ରସ୍ତୁତି ଥିଲା ପ୍ରେମର ସମ୍ମୋହନ ।

ପାଞ୍ଚଦିନ ବ୍ୟାପି କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଦୀପ ପ୍ରଜ୍ୱୋଳନ ପୂର୍ବକ ସଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷ. ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ୍‌ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ କୁମାର ଯାଦବ ।

ଅଧ୍ୟାପକ ଡ଼. ମୃତ୍ଯୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧିକାରୀ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଓ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ପରିଚାଳନାରେ ସହାୟତା କରିଥିଲେ ।

ସେପଟେ ଚନ୍ଦ୍ରଭାଗାର ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକାକଳାର ସୁନ୍ଦର ପଦର୍ଶନୀକୁ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏବେ କୋଭିଡ଼ କଟକଣା ନିୟମ ଅନୁପାଳନରେ ସମସ୍ତଙ୍କୁ ଶୃଙ୍ଖଳିତଭାବେ ପରିକ୍ରମା କରିବାର ସୁଯୋଗ ଦିଆଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପୁରୀ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire