କଟକ,ଅଗଷ୍ଟ ୫(ଲୋକାଲ ୱାୟାର): କଟକ ସହରରେ ବୁଧବାର ପୁଣି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମାଲଗୋଦାମରେ ୧୧୨ ଜଣ ପଜିଟିଭ୍ ଥିବା ସିଏମସି କହିଛି ।
୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ କଣ୍ଟେନମେଣ୍ଟ ଜୋନ୍ (ମାଲଗୋଦାମ)ରେ, ୭ ଜଣ ସରକାରୀ କ୍ୱାରେଣ୍ଟାଇନ, ୧୨ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ମାଲଗୋଦାମରେ ୬୨ ଜଣ ପୁରୁଷ ଓ ୫୦ ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି ।
ସରକାରୀ କ୍ୱାରେଣ୍ଟାଇନରେ ଥିବା ୭ ଜଣଙ୍କ ମଧ୍ୟରେ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରେ ୨ ଜଣ ଏବଂ ଅନ୍ୟ ୩ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ୧୨ ଜଣଙ୍କ ମଧ୍ୟରେ ସିଡିଏ ସେକ୍ଟର-୧୧ରୁ ଜଣେ, ବକ୍ସିବଜାର, ମଙ୍ଗଳାବାଗ ଓ ଷଣ୍ଢପୁରରୁ ୩ ଜଣ ଲେଖାଏଁ ଏବଂ ସିଦେ୍ଧଶ୍ୱର ସାହିରୁ ୨ଜଣ ଆକ୍ରାନ୍ତ ହୋଇଛନ୍ତି ।
୧୨ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ, ସାମନ୍ତ ସାହିରୁ ୩ ଜଣ, ମଙ୍ଗଳାବାଗ, ଝାଞ୍ଜିରୀ ମଙ୍ଗଳା, ଅରୁଣୋଦୟ ନଗର, ତେଲେଙ୍ଗା ବଜାର, ସୂତାହାଟ, ମେରିଆ ବଜାର, ଚୌଧୁରୀ ବଜାର ଏବଂ ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
କଟକ ସହରରେ ଏ ପର୍ଯ୍ୟନ୍ତ ମୋଟ ୧୩୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି । ୬୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫୪ ଜଣ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply