କଟକ,ଅଗଷ୍ଟ ୧୯(ଲୋକାଲ ୱାୟାର): କଟକ ମହାନଗର ଅଞ୍ଚଳରେ ବୁଧବାର ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୭୮ ହୋଇଛି ।
ସହରରେ ଆଉ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୧୬୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୧୮ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ୬୯ ଜଣଙ୍କ ମଧ୍ୟରେ ଚାଉଳିଆଗଞ୍ଜ ତଳସାହିର ୨୫ ଜଣ, ଥୋରିଆ ସାହିର ୧୭ଜଣ, ନୂଆବଜାରର ୧୦ ଜଣ, ଖାନନଗରର ୪ଜଣ, ଭାଣପୁରରେ ୩ଜଣ ଅଛନ୍ତି ।
ବକ୍ସିବଜାରରେ ୨ଜଣ ଏବଂ ପ୍ରଫେସରପଡ଼ା, ଯୋବ୍ରା, ମହିଦାସ ବଜାର, ଚଣ୍ଡିଛକ, ସିଡିଏ ସେକ୍ଟର-୬, ଜଗତପୁର, ତେଲେଙ୍ଗାପେଣ୍ଠ, ବଣିଆସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ସରକାରୀ କ୍ୱାରେଣ୍ଟାଇନରେ ଥିବା ୩୧ ଜଣଙ୍କ ମଧ୍ୟରେ ୪ ଜଣ କୋଭିଡ ଯୋଦ୍ଧାଙ୍କୁ ମିଶାଇ ଏସସିବିରୁ ୨୬ ଜଣ ଆକ୍ରାନ୍ତ ଅଛନ୍ତି । ଅନ୍ୟ ୫ ଜଣ ମଧ୍ୟ ପଜିଟିଭ୍ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତ ୬୨ ଜଣଙ୍କ ମଧ୍ୟରେ ମଠସାହିରୁ ୧୫ ଜଣ, ବିଦ୍ୟାଧରପୁରରୁ ୫ଜଣ, ନୟାବଜାରରୁ ୪ଜଣ, ତୁଳସୀପୁର ବାଉରୀସାହିରୁ ୩ଜଣ, ସିଡିଏ ସେକ୍ଟର ୧୦ରୁ ୩ଜଣ ଏବଂ ସିଡିଏ ସେକ୍ଟର-୯, ବକ୍ସିବଜାର ପେନସନ ଲେନ୍, ଗଣ୍ଡରପୁର ନୂଆସାହି,କାଜିବଜାର, ଅରୁଣୋଦୟ ନଗର,କାଠଗଡ଼ା ସାହି, ଚାଉଳିଆଗଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।
ଗଙ୍ଗା ମନ୍ଦିର, ମହାନଦୀ ବିହାର, କୁମ୍ଭାର ସାହି, ଶଙ୍କରପୁର, ସଇତାନବଗିଚା ଛକ, ସିଡିଏ ସେକ୍ଟର-୬, ବିଡ଼ାନାସୀ ଜ୍ୟୋତିବିହାର, ରାମଦାସପୁର ଗୋଡ଼ିସାହି, ତିନିଘରିଆ, ରାଜାବଗିଚା, ଯୋବ୍ରା, ବକ୍ସିବଜାର ବଢ଼େଇସାହି, ମଙ୍ଗଳାବାଗ, ଖାନନଗର, କ୍ୟାଣ୍ଟନମେଣ୍ଟ ରୋଡ ଗାୟତ୍ରୀବିହାର, ମହାନଦୀ ବିହାର, ମଣିସାହୁ ଛକ ଏବଂ ତେଲେଙ୍ଗାପେଣ୍ଠ ରାମନଗରରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply