କଟକ,ସେପ୍ଟେମ୍ବର ୨୫(ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ପୁଣି ୨୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି ।
ଏ ପର୍ଯ୍ୟନ୍ତ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୧୨୯ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮ ହଜାର ୩୪୮ ।
ମୃତ୍ଯୁ ସଂଖ୍ୟା ୪୧ରେ ପହଞ୍ଚିଛି । ୨ ହଜାର ୭୪୦ ଜଣ ଆକ୍ଟିଭ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ ମହିଳା ଓ ୫୬ ଜଣ ପୁରୁଷ ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ୫୭ ଜଣଙ୍କ ମଧ୍ୟରେ ଜଗତପୁରରୁ ୬ଜଣ, ସିଡିଏ ସେକ୍ଟର-୭, ଚାଉଳିଆଗଞ୍ଜ, ନୟାବଜାର, ନୂଆସାହି, ପିଠାପୁର ଏବଂ ସାର୍ତୁଳରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୧୩୩ ଜଣଙ୍କ ମଧ୍ୟରୁ ଜଗତପୁରରୁ ୧୨ଜଣ, ବିଡ଼ାନାସୀରୁ ୧୨ଜଣ, ନୟାବଜାରରୁ ୮ଜଣ, ଚାଉଳିଆଗଞ୍ଜରୁ ୭ଜଣ, ମହାନଦୀ ବିହାର, ସିଡିଏ ସେକ୍ଟର-୭ରୁ ୪ ଜଣ ଲେଖାଏଁ, ବାଙ୍କାବଜାର, ଗୋପାଳପୁର, ସିଡିଏ ସେକ୍ଟର-୯ରୁ ୪ ଜଣ ଲେଖାଏଁ, ସିଡିଏ ସେକ୍ଟର-୬, ତେଲେଙ୍ଗାବଜାର, ମଙ୍ଗଳାବାଗ, ସିଡିଏ ସେକ୍ଟର ୧୧, ପୋତାପୋଖରୀ ଏବଂ ନୂଆସାହିରୁ ୩ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply