କଟକ, ଅଗଷ୍ଟ ୧୧(ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲଗୋଦାମର ଜାଲୁଆ ସାହିରେ ପୁଣି ୪୩ ଜଣ ପଜିଟିଭ୍ ହୋଇଥିବା ସିଏମସି କହିଛି ।
୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ପୂର୍ବରୁ ମାଲଗୋଦାମ ଜାଲୁଆସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ବେଳେ ମଙ୍ଗଳବାର ସେଠାରେ ୨୩ ପୁରୁଷ ଓ ୨୦ ମହିଳା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ସରକାରୀ କ୍ୱାରେଣ୍ଟାଇନରେ ଥିବା ୧୩ ଜଣଙ୍କ ମଧ୍ୟୟରୁ ଏସସିବି ଆଇସୋଲେସନ ୱାର୍ଡରୁ୨ କୋଭିଡ ଯୋଦ୍ଧାଙ୍କ ସମେତ ୬ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଆଚାର୍ଯ୍ୟ ହରିହର ମେଡିକାଲରୁ ଜଣେ ପଜିଟିଭ୍ ହୋଇଥିବା ବେଳେ କ୍ୱାରେଣ୍ଟାଇନରେ ଥିବା ଅନ୍ୟ ୬ଜଣ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂତାହାଟରୁ ୮ଜଣ, ବିଡାନାସୀରୁ ଜଣେ, ପ୍ରତାପ ନଗରୀରୁ ୨ ଜଣ ଏବଂ ଚୌଧୁରୀ ବଜାରରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତ ୫ ଜଣଙ୍କ ମଧ୍ୟରେ ବକ୍ସିବଜାରରୁ ୨ଜଣ କୋଭିଡ ଯୋଦ୍ଧା ଏବଂ କାଠଗଡ଼ା ସାହି ଓ ବାଦାମବାଡ଼ି ବିକାଶନଗରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
କଟକ ସହରରେ ଏ ପର୍ଯ୍ୟନ୍ତ ୧୭୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ଯୁ ହୋଇଛି । ୯୧୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ଆକ୍ଟିଭ୍ ରୋଗୀ ଥିବା ସିଏମସି କହିଛି ।
ଲୋକାଲ ୱାୟାର
Leave a Reply