କଟକ, ଅକ୍ଟୋବର ୧୨(ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ସୋମବାର ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି ।
ଏ ପର୍ଯ୍ୟନ୍ତ କଟକ ସହରରେ ମୋଟ ୧୩ ହଜାର ୫୪୨ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୨ ହଜାର ୫୯୨ ଜଣ ସୁସ୍ଥ ହୋଇଛନ୍ତି । ୫୯ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୮୯୧ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ୧୬ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ୧୯ ଜଣ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ୩୯ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply