କଟକ, ଅକ୍ଟୋବର ୫(ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ଆଉ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୧ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି ।

ଏ ପର୍ଯ୍ୟନ୍ତ କଟକ ସହରରେ ମୋଟ ୧୨ ହଜାର ୮୧୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ ହଜାର ୮୯୪ ଜଣ ସୁସ୍ଥ ହୋଇଛନ୍ତି । ୫୪ ଜଣଙ୍କ ମୃତ୍ୟୁ ହୋଇଛି । ୧୮୬୯ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।

ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ମହିଳା ଓ ୧୪ ଜଣ ପୁରୁଷ ଅଛନ୍ତି ।

ହୋମ୍ କ୍ୱାରେଣ୍ଟାଇନରେ ଥିବା ୨୩ ଜଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୬, ତୁଳସୀପୁରରେ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରେ ସିଡିଏ ସେକ୍ଟର-୬ରୁ ୬ଜଣ, ବିଡ଼ାନାସୀରୁ ୫ ଜଣ ଏବଂ ସିଡିଏ ସେକ୍ଟର-୭ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି ।

ଲୋକାଲ ୱାୟାର