କଟକ, ନଭେମ୍ବର ୨୮(ଲୋକାଲ ୱାୟାର): କଟକ ସହର ଓ ଉପକଣ୍ଠ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀର ନକଲି କାରଖାନା ଠାବ ହେବାରେ ଲାଗିଛି ।
ଗତ ଦୁଇ ସପ୍ତାହ ମଧ୍ୟରେ ମୋଟ ୯ଟି କାରଖାନା ଠାବ ହୋଇଥିବା ପୁଲିସ କହିଛି ।
ଶନିବାର ସକାଳେ ଚାଉଳିଆଗଞ୍ଜ ଥାନା ପୁଲିସ ଭଦିମୂଳ ଅଞ୍ଚଳରେ ଚଢ଼ାଉ କରି ଏକ ନକଲି ମସଲା ତିଆରି କାରଖାନା ଠାବ କରିଥିଲା ।
କୌଣସି ପ୍ରକାର ଲାଇସେନ୍ସ, ଅର୍ଥାତ୍ ଟ୍ରେଡିଂ କିମ୍ବା ପ୍ୟାକେଜିଂ ଲାଇସେନ୍ସ ନଥିବା ଏହି କାରଖାନାରେ ବିଭିନ୍ନ ପ୍ରକାର ନକଲି ମସଲା ତିଆରି ହେଉଥିଲା ।
ଏପରିକି ଇଡକଲ ନାମକ କେମିକାଲ ମଧ୍ୟ ବ୍ୟବହାର ହେଉଥିଲା, ଯାହାକି କ୍ୟାନ୍ସରର ଅନ୍ୟତମ କାରଣ ।
୪.୫ କ୍ୱିଣ୍ଟାଲ ନକଲି ମସଲା ମଧ୍ୟ ପୁଲିସ ଜବତ କରିଛି ।
ଅପରପକ୍ଷରେ ଶନିବାର ସନ୍ଧ୍ୟାରେ ପୁଲିସ ନୂଆବଜାର ଅଞ୍ଚଳରେ ଚଢ଼ାଉ କରି ଅପମିଶ୍ରିତ ଘିଅ କାରଖାନା ଠାବ କରିଛି ।
ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଓ ରାଶିତେଲ ଜବତ ହୋଇଛି । ନାମୀ ଦାମୀ କମ୍ପାନିର ଲୋଗୋ ମଧ୍ୟ ମିଳିଛି ।
ଘିଅ ଓ ରାଶି ତେଲରେ ମିଶଯାଉଥିବା କେମିକାଲ ମଧ୍ୟ ଜବତ ହୋଇଛି ।
ଦୁଇ ସପ୍ତାହ ମଧ୍ୟରେ ମାଲଗୋଦାମ, ଜଗତପୁର, ସଦର ଥାନା ଓ ଟାଙ୍ଗୀ ଅଞ୍ଚଳରୁ ୯ଟି ନକଲି ଗୁଟଖା, ଜର୍ଦ୍ଦା, ଘିଅ, ମସଲା କାରଖାନା ଠାବ ହୋଇଛି ।
ଲୋକାଲ ୱାୟାର
Leave a Reply