କଟକ, ଅଗଷ୍ଟ ୯ (ଲୋକାଲ ୱାୟାର) : କରୋନା ମହାମାରୀ ପାଇଁ ଚଳିତ ବର୍ଷ କଟକରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇ ପାରିବ ନାହିଁ ବୋଲି ଶନିବାର କଟକ ପୂଜା କମିଟି ସହ ପ୍ରଶାସନିକର ବୈଠକ ପରେ ଡିସିପି ପ୍ରତୀକ ସିଂ କହିଛନ୍ତି ।
ଯେଉଁମାନେ ଚାହିଁବେ କେବଳ ନିରାଡମ୍ବର ଭାବେ ଘରେ ଗଣେଣଙ୍କ ପୂଜା କରି ପାରିବେ ।
ସେହିପରି ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଦୁର୍ଗା ପୂଜା ହେବ । ମା’ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ମଧ୍ୟ ନିରାଡମ୍ବର ହେବ ।
ବିନା ଶୋଭାଯାତ୍ରାରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ ।
ଲୋକାଲ ୱାୟାର
Leave a Reply