କଟକ, ଅକ୍ଟୋବର ୯ (ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୬ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି ।
ଏ ପର୍ଯ୍ୟନ୍ତ କଟକ ସହରରେ ମୋଟ ୧୩ ହଜାର ୩୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ୦୦୧ ଜଣ ସୁସ୍ଥ ହୋଇଛନ୍ତି । ୫୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୭୬୮ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଓ ୧୪ ଜଣ ପୁରୁଷ ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ୪୬ ଜଣଙ୍କ ମଧ୍ୟରେ ସିଡିଏ ସେକ୍ଟର-୭ରୁ ୧୦ଜଣ, ସିଡିଏ ସେକ୍ଟର-୨, ସିଡିଏ ସେକ୍ଟର-୯, ମଙ୍ଗଳବାଗରୁ ୨ ଜଣ ଲେଖାଏଁଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୬୯ ଜଣଙ୍କ ମଧ୍ୟରେ ଜଗତପୁରରୁ ୭ ଜଣ, ମହାନଦୀ ବିହାରରୁ ୪ ଜଣ, ଚାଉଳିଆଗଞ୍ଜ, ଷ୍ଟେସନ ବଜାର ୩ ଜଣ ଲେଖାଏଁ, ପାତ୍ରସାହିରୁ ୨ ଜଣ, ବକ୍ସିବଜାର, ଦୋଳମୁଣ୍ଡାଇ ଓ ମଧୁସୂଦନ ନଗରରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply