କଟକ, ସେପ୍ଟେମ୍ବର ୨୯(ଲୋକାଲ ୱାୟାର): କଟକ ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ୧୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୨ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି ।
ଏ ପର୍ଯ୍ୟନ୍ତ ସହରରେ ମୋଟ ୧୧ ହଜାର ୭୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ହଜାର ୧୨୬ ଜଣ । ୪୮ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୨ ହଜାର ୬୨୪ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ କ୍ୱାରେଣ୍ଟାଇନରେ ୨୮ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା, ୧୨ ଜଣ ମହିଳା ଓ ୧୫ ଜଣ ପୁରୁଷ ଅଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ୪୮ ଜଣଙ୍କ ମଧ୍ୟରେ ସିଡିଏ ସେକ୍ଟର-୬ରୁ ୭ଜଣ, ମହାନଦୀ ବିହାରରୁ ୭ଜଣ, ଚାଉଳିଆଗଞ୍ଜରୁ ୫ଜଣ, ସିଡିଏ ସେକ୍ଟର-୭, ତିନିଘରିଆ ଓ ତୁଳସୀପୁରରୁ ୪ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତ ୬୯ ଜଣଙ୍କ ମଧ୍ୟରେ ମହାନଦୀ ବିହାରରୁ ୮ଜଣ, ବିଡ଼ାନାସୀ ଓ ସେକ୍ଟର-୧୦ରୁ ୬ଜଣ ଲେଖାଏଁ, ସିଡିଏ ସେକ୍ଟର-୧୧ରୁ ୫ଜଣ, ଚାଉଳିଆଗଞ୍ଜ, ନୟାବଜାର ଏବଂ ଦେଉଳସାହିରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply