ଭୁବନେଶ୍ୱର, ଅଗଷ୍ଟ ୫ (ଲୋକାଲ ୱାୟାର) : କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ୧୦୦ ୟୁନିଟ୍ରୁ ଅଧିକ ପ୍ଲାଜମା ସଂଗ୍ରହ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ବୁଧବାର ଟ୍ୱିଟ୍ କରି କହିଛି ।
ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏସ୍ସିବି ଟିମ୍କୁ ଶୁଭେଚ୍ଛା ଜଣାଇଛି ।
ଏହାସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ବିଭାଗ ଆହ୍ୱାନ କରିଛି ।
ଅନ୍ୟପଟେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୩ଟି ପ୍ଲାଜମା ବ୍ୟାଙ୍କ ରହିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ ଓ କଟକର ଏସ୍ସିବିରେ ପ୍ଲାଜମା ବ୍ୟାଙ୍କ ରହିଥିବା ବେଳେ ଆଜି ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟରେ ଏହାର ଶୁଭ ଉଦଘାଟନ କରିବେ ବୋଲି ଭିମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply