କଟକ,ଡିସେମ୍ବର ୧୮(ଲୋକାଲ ୱାୟାର): କଟକ ସହରର ବିଭିନ୍ନ ଶ୍ମଶାନ ମଧ୍ୟରେ ବେଶ ଗୁରୁତ୍ବ ବହନ କରୁଥିବା ସତୀଚୌରା ଶ୍ମଶାନର ନବକଳେବର ହେଉଥିବା ବେଳେ ଏଠାରେ ସାଂସଦ ଉନ୍ନୟନ ପାଣ୍ଠିରୁ ଏକ ଏଲପିଜି ଶବ ଦାହ ଚୂଲା ପ୍ରତିଷ୍ଠା ହେବ ବୋଲି ମଙ୍ଗଳବାର ଦିନ କଟକ ମହାନଗର ନିଗମର ଜଣେ କର୍ମକର୍ତ୍ତା କହିଛନ୍ତି ।
ଏହି ଅବସରରେ ସତୀଚୌରା ଶ୍ମଶାନର ପ୍ରବେଶ ପଥରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ ହେଉଥିଲା ବେଳେ ଅପରପାର୍ଶ୍ବରେ ଆଉ ଏକ ପ୍ରସ୍ଥାନ ତୋରଣ କରାଯିବ ।
ସେହିପରି ଶ୍ମଶାନ ଭିତରେ ରହିଥିବା ପୁରୁଣା ବୃକ୍ଷରାଜିକୁ ନ କାଟିବାକୁ ପରାମର୍ଶ ଦିଆଯାଇଛି ।
ଏହି ଶ୍ମଶାନରେ ବହୁ ମହା ମନିଷୀଙ୍କ ଶେଷକୃତ୍ୟ କରାଯାଇଛି ।
ଏପରିକି ଅନେକ ମହାପୁରୁଷଙ୍କ ଶେଷ ବିଶ୍ରାମସ୍ଥଳୀ ଭାବେ ପରିଚିତ ଏହି ଶ୍ମଶାନର ସୌନ୍ଦର୍ଯ୍ୟକରଣ କରାଯାଉଛି ।
ଲୋକାଲ ୱାୟାର
Leave a Reply