ଫୁଲବାଣୀ, ଜାନୁଆରୀ ୮(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲାର ଚକାପାଦ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ଯବାନମାନେ ଏକ ମାଓ କ୍ୟାମ୍ପକୁ ଧ୍ୱସ୍ତ କରିବା ସହ ହ୍ୟାଣ୍ଡ ଗ୍ରେନେଡ ଓ ବିସ୍ଫୋରକ ଜବତ କରିଥିବା ଶୁକ୍ରବାର କହିଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।
ସେ କହିଛନ୍ତି, ଗୁଇନ୍ଦା ସୂଚନା ଭିିତ୍ତିରେ ଏସଓଜି ଓ ଡିଭିଏଫ ଯବାନମାନେ ମିଳିତ ଭାବେ ଗତକାଲି ସକାଳେ ଏହି କମ୍ବିଂ ଅପରେସନ କରିଥିଲେ ।
ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ଚେତାବନୀ ସତ୍ତ୍ୱେ ମାଓଓବାଦୀମାନେ ଆତ୍ମସମର୍ପର୍ଣ କରିବା ପରିବର୍ତ୍ତେ ଗୁଳି ଚଳାଇଥିଲେ ।
ବାଧ୍ୟ ହୋଇ ଯବାନମାନେ ପାଲଟା ଜବାବ ଦେଇଥିଲେ । ପ୍ରାୟ ଅଧଘଣ୍ଟା ଧରରି ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ ।
କ୍ୟାମ୍ପରେ ପ୍ରାୟ ୧୫/୨୦ ଜଣ ମାଓବାଦୀ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗୁଳି ବିନିମୟରେ ଆହତ ହୋଇଥିବା ଅନୁମାନ କରାଯାଉଛି ।
ମାଓ କ୍ୟାମ୍ପରୁ ହ୍ୟାଣ୍ଡ ଗ୍ରେନେଡ, ବିସ୍ଫୋରକ, ଡିଟୋନେଟର, ବ୍ୟାଟେରୀ ଏବଂ ମାଓ ପ୍ରଚାରପତ୍ର ଜବତ ହୋଇଥିବା ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ କେଇ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଗୁଳି ବିନିମୟରେ ୯ରୁ ଅଧିକ ମାଓବାଦୀ ନିହତ ହେଲେଣି ।
ଲୋକାଲ ୱାୟାର
Leave a Reply