ଭବାନୀପାଟଣା, ସେପ୍ଟେମ୍ବର ୯(ଲୋକାଲ ୱାୟାର): କଳହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାରେ ପୁଲିସ ସହ ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଥିବା କଳାହାଣ୍ଡି ଏସପି ବୁଧବାର କହିଛନ୍ତି ।
ଦୁଇ ଜିଲ୍ଲା ସୀମାରେ ଥିବା ସିରକି ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ।
ଗତକାଲି ରାତିରୁ କଳାହାଣ୍ଡି ପୁଲିସ ଓ ଏସଓଜି ମାଓବାଦୀଙ୍କ ପିଛା କରୁଥିଲେ । ବୁଧବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହୋଇଥିଲା ।
ଗୁଳି ବିମିନୟରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ । ଅନ୍ୟ କେତେକ ମାଓବାଦୀ ଘଞ୍ଚ ଜଙ୍ଗଲକୁ ଚାଲି ଯାଇଥିବାରୁ ଯବାନମାନେ ସଂପୃକ୍ତ ଜଙ୍ଗଲରେ କମ୍ବିଂ ଚଳାଇଛନ୍ତି ।
ଘଟଣାସ୍ଥଳରୁ ଅଧିକ ଖବରକୁ ଅପେକ୍ଷା କରାଯାଇଥିବା କହିଛନ୍ତି କଳାହାଣ୍ଡି ଏସପି ବି. ଗଙ୍ଗାଧର ।
ଲୋକାଲ ୱାୟାର
Leave a Reply