ଭୁବନେଶ୍ଵର, ଜୁଲାଇ ୨୬ (ଲୋକାଲ ୱାୟାର) କନ୍ଧମାଳ ଜିଲ୍ଲାର ସହକାରୀ ରେଶମ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏକ କନିଷ୍ଠ ସହାୟକ ଗ୍ରୁପ ଡି ପଦବୀ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଆବେଦନ ପତ୍ର ଗ୍ରହଣ କରିବାର ଶେଷ ତାରିଖ ହୋଇଥିବା କନ୍ଧମାଳ ଜିଲ୍ଲା ୱେବସାଇଟରେ ଉଲ୍ଲେଖ ରହିଛି ।
ଜିଲ୍ଲା ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ କାର୍ଯ୍ୟାଳୟରେ ଗୋଟିଏ ପଦବୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ହୋଇଥିବା ଓ ପାର୍ଥୀ ଜଣଙ୍କ କନ୍ଧମାଳ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ ବୋଲି ଉଲ୍ଲେଖ ରହିଛି ।
ଏହି ପଦବୀ ପାଇଁ କେବଳ ପୁରୁଷ ବର୍ଗଙ୍କ ପାଇଁ ଉଦିଷ୍ଟ ଅଟେ ।ଏହାସହ ଆବେଦନକାରୀଙ୍କ ବୟସ ୧୮ବର୍ଷରୁ କମ କିମ୍ବା ୩୨ ବର୍ଷରୁ ଅଧିକ ହୋଇନ ଥିବା ଆବଶ୍ୟକ ।
ହରିଜନ ଓ ଆଦିବାସୀ ପାର୍ଥୀଙ୍କ କ୍ଷେତ୍ରରେ ୫ବର୍ଷ ଏବଂ ସାମାଜିକ ତଥା ଆର୍ଥିକ ଅନଗ୍ରସର ପାର୍ଥୀଙ୍କ କ୍ଷେତ୍ରରେ ୩ ବର୍ଷ ବୟସ ସୀମା କୋହଳ କରାଯିବା ନେଇ ବିଜ୍ଞପ୍ତିରେ ସୂଚନା ରହିଛି ।
ଲୋକାଲ ୱାୟାର
Leave a Reply