ଭୁବନେଶ୍ୱର, ଅଗଷ୍ଟ ୧୬ (ଲୋକାଲ ୱାୟାର) :କରୋନାରୁ ୮୦ ବର୍ଷୀୟ ତଥା ଓଡିଶା  ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ସୁସ୍ଥ ହୋଇଛନ୍ତି ବୋଲି ତାଙ୍କ ପୁଅ ମନୋରଞ୍ଜା ଦ୍ୟାନସାମନ୍ତରା ଶନିବାର କହିଛନ୍ତି ।

ଗତ ୪ ତାରିଖରେ ସେ କରୋନା ପଜିଟିଭି ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର  ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ସେ କରୋନାକୁ ହରାଇବାରେ ସଫଳ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ହସ୍ପିଟାଲରୁ ସୁସ୍ଥ ହେବା ପରେ କରୋନାକୁ ନେଇ ଭୟ ନକରି ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ ବୋଲି ସେ କହିଛନ୍ତି । 

ଲୋକାଲ ୱାୟାର