ମାଲକାନିଗିରି, ସେପ୍ଟେମ୍ବର ୬ (ଲୋକାଲ ୱାୟାର) : ମାଲକାନଗିରି ଜିଲ୍ଲାର ୭୫ ବର୍ଷୀୟା ମହାଲକ୍ଷ୍ମୀ ପଣ୍ଡା କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି ।
ମହାଲକ୍ଷ୍ମୀ ପକ୍ଷଘାତ ଓ ଉଚ୍ଚରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ନିକଟରରେ ତାଙ୍କୁ ଜ୍ୱର ସହ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ କରୋନା ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।
ଏହା ପରେ ଅଗଷ୍ଟ ମାସ ୨୧ ତାରିଖରେ ତାଙ୍କୁ ମାଲକାନିଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୧୧ ଦିନ ଧରି ଆଇସିୟୁରେ ରହି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମହାଲକ୍ଷ୍ମୀ ସୁସ୍ଥ ହେବା ପରେ ତାଙ୍କ ପରିବାର ଲୋକ ସମସ୍ତ କୋଭିଡ୍ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply