ଭୁବନେଶ୍ୱର, ଅଗଷ୍ଟ ୧୫(ଲୋକାଲ ୱାୟାର): ଏବେ ବିଶ୍ୱବ୍ୟାପୀ କରୋନା ମହାମାରୀର ଭୟ । ଓଡ଼ିଶା ବି ବାଦ୍ ପଡ଼ିନି ।
ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟର ୩୦ଟି ଯାକ ଜିଲ୍ଲା ଏବେ ଏହା କବଳରେ ।
ସଟ୍ ଡାଉନ, ଲକ୍ ଡାଉନ, କଣ୍ଟେନମେଣ୍ଟ ଜୋନ୍ ଇତ୍ୟାଦି ସାଧାରଣ ଲୋକଙ୍କ ଦେହସୁହା ହୋଇଗଲାଣି ।
ଠାକୁର ଦର୍ଶନ, ପୂଜାପର୍ବ ସବୁ କିଛି ଅଟକି ଯାଇଛି କରୋନା ଭୟରେ । ଏଭଳି ସମୟରେ ଆଜି ଥିବା ୭୪ ତମ ସ୍ୱାଧୀନତା ଦିବସ ।
ଏହାକୁ କିନ୍ତୁ ଅଟକାଇ ପାରିନି କରୋନା । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଫରଫର ହୋଇ ଉଡ଼ିଛି ତ୍ରିରଙ୍ଗା ।
ହଁ ଏହା ସତ୍ୟ କଟକଣା ମଧ୍ୟରେ ସାଧାରଣ ଲୋକେ ଏହାକୁ ଘରୁ ବାହାରକୁ ଆସି ପାଳନ କରିପାରିନାହାନ୍ତି ।
ହାତ ଗଣତି ଲୋକ ଓ ଭିଭିଆଇପି ମାନେ ଯୋଗ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଉତ୍ସବରେ ।
ରାଜ୍ୟ ଓ ଜିଲ୍ଲା ସ୍ତରରେ ଗୋଟିଏ ଦୁଇଟି ଟ୍ରୁପ୍ ପରେଡ କରି ତ୍ରିରଙ୍ଗାକୁ ଅଭିବାଦନ ଜଣାଇଛନ୍ତି ।
ସାମାଜିକ ଦୂରତ୍ୱ, ମାସ୍କ, ବିଶୋଧନ ସବୁ କିଛି ଥିଲା ବାଧ୍ୟତାମୂଳକ ଏବଂ ଏହାକୁ ଉଲ୍ଲଂଘନ ନ କରି ସବୁଠି ଉଡ଼ିଛି ତ୍ରିରଙ୍ଗା ।
ଆସନ୍ତା ଦେଖିବା ରାଜ୍ୟ ବ୍ୟାପୀ ସ୍ୱାଧୀନତା ଉତ୍ସବର ଫଟୋ ଚିତ୍ର..
























ଲୋକାଲ ୱାୟାର
Leave a Reply