ବ୍ରହ୍ମପୁର, ଅକ୍ଟୋବର ୯(ଲୋକାଲ ୱାୟାର): ଗଣେଶ ପୂଜା ଭଳି ଚଳିତ ବର୍ଷ ସିଲ୍କ ସିଟିରେ ଦୂର୍ଗାପୂଜା ପାଳନ କରାଯିବ ନାହିଁ ।
କାରଣ କରୋନା ଯୋଗୁଁ ଚଳିତ ବର୍ଷ ୯ ଦିନ ଧରି ଚାଲିବାକୁ ଥିବା ଦୂର୍ଗାପୂଜାକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧ ଘୋଷଣା କରିଛି ।
ଫଳରେ ଜିଲ୍ଲାବାସୀ ଚଳିତ ବର୍ଷ ଆଉ ସଉଚ୍ଚ ତୋରଣ କିମ୍ବା ମୀନାବଜାର ଦେଖିପାରିବେ ନାହିଁ ।
ମିଳିଥିବା ସୂଚନା ଅନୁସାରେ ସିଲ୍କ ସିଟିର ପୂଜା ଆୟୋଜକ କମିଟି ଦୁର୍ଗାପୂଜା ପାଇଁ ୧୦ ହଜାର ବର୍ଗକିଲୋମିଟର ପରିମିତ ଏକ ସ୍ଥାନ ଚୟନ କରିଥିଳେ ।
ଯେଉଁଠାରେ ଧୂମଧାମରେ ପୂଜା କରିବାକୁ ଯୋଜନା କରାଯାଇଥିବା ଅକ୍ଟୋବର ୧୭ରୁ ନଅ ଦିନ ପାଇଁ ପୂଜା ବି ଆରମ୍ଭ ହେବାର ଥିଲା । ମାତ୍ର ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ ଲଗାଇଛି ।
ପୂଜା ପ୍ୟାଣ୍ଡେଲକୁ ୧୦ ହଜାର ବର୍ଗି କିଲୋମିଟରରୁ କାଟ୍ କରି ୨୫୦ ବର୍ଗଫୁଟରେ ସୀମିତ ରଖିଛି ।
କେବଳ ସେତିକି ନୁହେଁ ଏଣିକି ଜିଲ୍ଲା ପ୍ରଶାସନ ପୂଜା ସମୟରେ କୋଭିଡ ନିୟମ ପାଳନ ପାଇଁ ଗାଇଡ ଲାଇନ୍ ଜାରି କରିଛି ।
ଏହି ନିୟମ ଅନୁସାରେ ପୂଜା ପ୍ୟାଣ୍ଡଲ କମିଟି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଏକ ସତ୍ୟପାଠ ଦାଖଲ କରିବେ ।
ଏହି ସତ୍ୟପାଠ ସେମାନେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ ଓ ଏହାର ଉଲ୍ଲଂଘନ କରିବେ ନାହିଁ ବୋଲି ଉଲ୍ଲେଖ ରହିବା ବାଧ୍ୟତାମୂଳକ ।
ଏ ବାବଦରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତ୍ତୀ ଭାସନ୍ କହିଛନ୍ତି ଯେ ପୂଜା ରୀତିନୀତିରେ ପାଳନ କରାଯିବକୁ ଅନୁମତି ଥିଲେ ବି ଏଥିରେ କୌଣସି ସାଧାରଣ ଜନତା ଭାଗ ନେଇ ପାରିବେ ନାହିଁ ।
ଏନେଇ ନିକଟରେ ପୂଜା କମିଟି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ଓ ସମସ୍ତଙ୍କୁ କରୋନା ନିୟମକୁ ଠିକ୍ ଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଏହାବାଦ୍ ପୂଜା ଆୟୋଜକମାନଙ୍କୁ ମଣ୍ଡପ ପରିସରରେ ସିସିଟିଭି କ୍ୟାମେରା ଲଗାଇବାକୁ କୁହାଯାଇଛି ।
କାରଣ ଏହାଦ୍ୱାରା ଆମେ ମଣ୍ଡପ ଭିତରେ ଓ ବାହାରେ ଲୋକଙ୍କ କାର୍ଯ୍ୟକଳାପ ଉପରେ ନିଜର ରଖିପାରିବା ।
ତାଛଡା କରୋନା କଟକଣା ନିୟମକୁ ପାଳନ କରାଯାଉଛି କି ନାହିଁ ତାହା ଉପରେ ବି ନଜର ରଖାଯାଇପାରିବ । ସରକାରୀ ନିଦେ୍ର୍ଦଶ ଅନୁସାରେ ମୂର୍ତ୍ତିର ଉଚ୍ଚତା ସାଢ଼େ ଚାରି ଫୁଟରୁ ଅଧିକ ହେବା ଉଚିତ ନୁହେଁ ।
ପୁରୋହିତ ସମେତ ପୂଜା ପ୍ୟାଣ୍ଡେଲରେ ୭ ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ଉପ ଜିଲ୍ଲାପାଳ ଦୂର୍ଗାପୂଜା ପାଳନ କରିବାକୁ ସରକାରଙ୍କ ନିୟମାବଳୀ ବାବଦରେ ପୂଜା କମିଟିମାନଙ୍କୁ ଅବଗତ କରାଇଥିଲେ ।
ଏହାଛଡ଼ା ପୂଜା ମଣ୍ଡପରେ ଉପସ୍ଥିତ ଥିବା ପୁରୋହିତ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ହାତରେ ଗ୍ଲୋବସ୍ ପିନ୍ଧିବାକୁ ପଡ଼ିବ ଓ ଓ ସାନିଟାଇଜର ବ୍ୟବହାର କରିବାକୁ ପଡିବ ।
ପ୍ରତିଦିନ ପୂଜା ମଣ୍ଡପ ପରିସରକୁ ସଫା କରାଯିବା ସହ ପ୍ରତିଦିନ ଏହି ସ୍ଥାନକୁ ସାନିଟାଇଜ୍ କରାଯିବ ।
ଏହାଛଡ଼ା ସବୁ ପୂଜା କମିଟି ନିଜ ପାଇଁ ଅଗ୍ନି ନିରାପ । ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ । ସାଧାରଣ ଦର୍ଶକଙ୍କୁ ପୂଜା ମଣ୍ଡପ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।
କାମାପଲ୍ଲୀ ଦୂର୍ଗାପୂଜା କମିଟି ସଭାପତି ରାମ କୁମାର ପାତ୍ର କହିଛନ୍ତି ସରକାରଙ୍କ କରୋନା ପ୍ରତିବନ୍ଧକ ଯୋଗୁଁ ଆମେ ପୂର୍ବବର୍ଷ ଭଳି ଚଳିତ ବର୍ଷ ସାଜସଜ୍ଜା ବିଶିଷ୍ଟ ପୂଜା ମଣ୍ଡପ କରୁନୁ ।
ଏହାଛଡ଼ା ଲୋକମାନେ ମଧ୍ୟ ପୂଜାରେ ଭାଗ ନେଇ ପାରିବେ ନାହିଁ । ବାରାକ୍ ଦୂର୍ଗାପୂଜା କମିଟି ସମ୍ପାଦକ ବାବୁଲା ପାତ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି ।
ଲୋକାଲ ୱାୟାର
Leave a Reply