କେନ୍ଦୁଝର, ଏପ୍ରିଲ ୨୫ (ଲୋକାଲ ୱାୟାର) : କରୋନା କଟକଣା ଅବମାନନା କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସଦର ଥାନା ପଳାଶପଙ୍ଗା ଠାରେ ଥିବା ଟ୍ରାନ୍ସପୋର୍ଟ ଅଫିସ ବନ୍ଦ କରିଛି ପୁଲିସ ।
ସୂଚନା ଅନୁୁସାରେ, ଏହି ଟ୍ରାନ୍ସପୋର୍ଟ ଅଫିସରେ ଟ୍ରକ ଡ୍ରାଇଭରମାନେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ସହ ମାସ୍କ ପିନ୍ଧୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ଏ ନେଇ ଶନିବାର ସ୍ଥାନୀୟ ଲୋକ ଟ୍ରାନ୍ସପୋର୍ଟ ଅଫିସ ଘେରାଉ କରି ଥିଲେ ।
ପରେ ସ୍ଥାନୀୟ ସରପଞ୍ଚ ଏସପି ଓ ଡିଏସପିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପୁଲିସ ଅଫିସକୁ ବନ୍ଦ କରିଛି ।
ଲୋକାଲ ୱାୟାର
Leave a Reply