ଅନୁଗୋଳ, ମାର୍ଚ୍ଚ ୨୭ (ଲୋକାଲ ୱାୟାର) : କରୋନା କଟକଣା ଉଲଂଘନ କରିବା ଅଭିଯୋଗରେ ଅନୁଗୋଳ ଜିଲ୍ଲାରେ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଲକ୍ ଡ଼ାଉନ୍ କଟକଣା ଅବମାନନା କରି ମୋଟର ସାଇକେଲରେ ବୁଲୁଥିବାରୁ ପୁଲିସ ୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଦୁଇଟି ବାଇକ ଜବତ କରିଛି ।
ସେହିଭଳି କୋଳିୟାର ଥାନା ଅଞ୍ଚଳରୁ ପୁଲିସ ୬୯ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।
ବାହାର ସ୍ଥାନରୁ ଆସିଥିଲେ ମଧ୍ୟ କ୍ୱାରେଣ୍ଟାଇନରେ ରହି ନଥିବା ଅଭିଯୋଗରେ ୨ ଜଣଙ୍କ ନାମରେ ଇଣ୍ଡଷ୍ଟ୍ରି ଥାନା ଓ ସମଲ ଥାନାରେ ମାମଲା ହୋଇଥିବା ସୂଚନା ମିଳିଛି ।
ଲୋକାଲ ୱାୟାର
Leave a Reply