ଭୁବନେଶ୍ୱର, ସେପ୍ଟେମ୍ବର ୧୭(ଲୋକାଲ ୱାୟାର): କଟକ ଓ ଭୁବନେଶ୍ୱରରେ କରୋନା କଟକଣା କଡ଼ାକଡ଼ି ଲାଗୁ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱରରେ ଅଧିକ ୫ ପ୍ଳାଟୁନ ପୁଲିସ ମୁତୟନ କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଫିସର ଗୁରୁବାର କହିଛନ୍ତି ।
ଟ୍ୱିନ ସିଟିରେ ସବୁଠାରୁ ଅଧିକ କରୋନା କଟକଣା ଉଲ୍ଲଂଘନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଭୀର ଉଦବେଗ ପ୍ରକାଶ କରି ଏହାକୁ କଡ଼ାକଡ଼ି କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେଣୁ ଆଜି ଭୁବନେଶ୍ୱରରେ କରୋନା ଅମାନିଆଙ୍କୁ ସାବାଡ଼ କରିବାକୁ ଅଧିକ ୫୦ ଜଣ ଅଫିସର ଓ ୫ ପ୍ଲାଟୁନ ପୁଲିସ ମୁତୟନ କରାଯାଉଥିବା ଡିଜିପିି କହିଛନ୍ତି । ରାଜଧାନୀକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି ଏବଂ ପ୍ରତି ଜୋନରେ ଦାୟିିତ୍ୱରେ ଜଣେ ଡିସିପି ରହିବେ ।
ହଟସ୍ପଟ ଅଞ୍ଚଳରେ ମୁତୟନ ହେଉଥିବା ପୁଲିସ କର୍ମଚାରୀମାନଙ୍କ ବ୍ୟବହାର ପାଇଁ ଅଧିକ ସଂଖ୍ୟାରେ ପିପିଇ କିଟ୍ ଓ ଫେସ୍ ସିଲ୍ଡ ମଧ୍ୟ ଉପଲବ୍ଧ କରାଯିବ ବୋଲି ବରିଷ୍ଠ ଅଫିସର କହିଛନ୍ତି ।
ଲୋକାଲ ୱାୟାର
Leave a Reply