• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କରୋନା କବଜାରେ ଏସସିବି; ଶତାଧିକ ଡାକ୍ତର ନର୍ସ ସଂକ୍ରମିତ

କରୋନା କବଜାରେ ଏସସିବି; ଶତାଧିକ ଡାକ୍ତର ନର୍ସ ସଂକ୍ରମିତ

August 22, 2020 By LocalWire Leave a Comment

କଟକ, ଅଗଷ୍ଟ ୨୨(ଲୋକାଲ ୱାୟାର): ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କଟକର ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଆାଣ୍ଡ ହସପିଟାଲ (ଏସସିବି) ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।
ମେଡିକାଲର ଗୋଟିଏ କି ଦୁଇଟି ବିଭାଗ ନୁହେଁ ଅନେକ ବିଭାଗରେ ଡାକ୍ତର ଓ ନର୍ସ ଜଣେ ପରେ ଜଣେ ଆତଙ୍କିତ ହେବାରେ ଲାଗିଛନ୍ତି ।

ଏସସିବିର ପ୍ରଫେସର, ସହକାରୀ ପ୍ରଫେସର, ପିଜି ଡାକ୍ତର, ଏସଆର୍, ହାଉସସର୍ଜନ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ନର୍ସ, ଆଟେଣ୍ଡାଣ୍ଟ ଏବଂ ଅନ୍ୟ କର୍ମଚାରୀଙ୍କ ମିଶାଇ ପ୍ରାୟ ୮୦ ପଜିଟିଭ୍ ହୋଇସାରିଲେଣି ।

ମେଡିକାଲ୍ କଲେଜ୍ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୨୦ଜଣ ପାଖାପାଖି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ରୋଗୀ ଓ ଆଟେଣ୍ଡାଣ୍ଟମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

ନେଫ୍ରୋଲୋଜି ବିଭାଗ ପ୍ରଫେସର, ମାଇକ୍ରୋବାୟୋଲୋଜି ବିଭାଗର ସହକାରୀ ପ୍ରଫେସର, ପଲୁ୍ୟମନାରୀ ବିଭାଗର ଡାକ୍ତରଙ୍କ ସମେତ ସର୍ଜରୀ, ମେଡିସିନ୍, କାର୍ଡିଓଲୋଜି, ନୁ୍ୟରୋସର୍ଜରୀ ଓ ଦନ୍ତରୋଗ ବିଭାଗର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏସସିବିରେ ଅଦ୍ୟାବଧି ୨୦ଜଣ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରୀଭାବେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଏସସିବିରେ କରୋନା ମୁକାବିଲା ପାଇର୍ ୩୫୨ ବେଡ୍ ବିଶିଷ୍ଟ ଆଇସୋଲେସନ ୱାର୍ଡ, ୬୦୦ ବେଡ୍ ବିଶିଷ୍ଟ ସଙ୍ଗରୋଧ ୱାର୍ଡ ଓ ୧୨ ଟି ଆଇସିୟୁ ବେଡ୍ ରହିଛି ।

ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, କର୍ମଚାରୀଙ୍କ ପାଇଁ ୭୮୦୫ ପିପିଇ କିଟ୍, ୫୩୩୬ ଏନ-୯୫ ମାସ୍କ, ୩ଲକ୍ଷ ୬୧ହଜାର ୩୫୦ ୩-ଲେୟାର ମାସ୍କ ଓ ୭୪୭୮ ହାଣ୍ଡ ସାନିଟାଇଜର ମହଜୁଦ୍ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି ।

ଏସସିବିରେ ଏବେ ୬୦ ଆଇସିୟୁ ଓ ୨୦୦ ସାଧାରଣ ବେଡ୍ ବିଶିଷ୍ଟ ଏକ କରୋନା ୱାର୍ଡ ଖୋଲାଯିବାକୁ ବ୍ୟବସ୍ଥା ହେଉଥିବା କହିଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ।

ଅପରପକ୍ଷରେ ଏସସିବିର କରୋନା ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି ଏସସିବି ଉପରେ ଏବେ ରୋଗୀଙ୍କ ଭାର ବଢ଼ି ଚାଲିଥିବାରୁ ଏପରି ସ୍ଥିତି ହୋଇଛି । ତେବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କେହି ଆତଙ୍କିତ ହେବାର କାରଣ ନାହିଁ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire