ଭୁବନେଶ୍ୱର, ଜୁଲାଇ ୨୨ (ଲୋକାଲ ୱାୟାର) : କରୋନା ପାଇଁ ଏ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମିତ ପ୍ରଦାନ କରିଛନ୍ତି ବୋଲି ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ସ୍ଥିର ହେବା ପରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।
ପ୍ରଥମରୁ ଦଶମ ଶ୍ରେଣୀରେ କେତେ ସିଲାବସ୍ କମିବ ସେନେଇ ସିକ୍ରେଟ ଏକ୍ସପଟ କମିଟି ନିଷ୍ପତ୍ତି ନେବ । ସେହିପରି ଯୁକ୍ତ ଦୁଇରେ କେତେ ସିଲାବସ୍ କମିବ ସେନେଇ ସିଏଚଏସଇ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ କେବେ ସ୍କୁଲ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସିବିଏସ୍ଇ ୩୦ ପ୍ରତିଶତ ସିଲାବସ୍ କମାଇବ ବୋଲି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶା କହିଥିଲେ ।
ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥରେ ରହିବ । ଅତିରିକ୍ତ ୩୦ ପ୍ରତିଶତ ବିଷୟ ପାଠ୍ୟ ଖସଡାରୁୁ ବାଦ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଲୋକାଲ ୱାୟାର
Leave a Reply