ବଲାଙ୍ଗିର, ଏପ୍ରିଲ ୨୮ (ଲୋକାଲ ୱାୟାର) : କରୋନା ପାଇଁ ଅଧିକ ପ୍ରଭାବିତ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାର ଗଣ୍ଡାବାଦ୍ୟକାର ।
ଏନେଇ ଜାମ୍ସର ଗାଁର ଯଜ୍ଞ କୁମ୍ଭାର କହିଛନ୍ତି, କରୋନା ଲକ୍ ଡାଉନ୍ ଆମର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।
ନିଜ ପେଟ ପାଟଣା ପାଇଁ ବିଭିନ୍ନ ବାହାଘର ଓ ବ୍ରତୋପନୟନ ଆଦି ଶୁଭ କାର୍ଯ୍ୟରେ ଆମେ ବାଜାବଜେଇ ଦୁଇ ପଇସା ରୋଜଗାର କରିଥାଉ ।
ଏବେ ବାହାଘର ଋତୁ ଥିବାବୁ ଭଲ ରୋଜଗାର ହେବାର ଆଶା ବାନ୍ଧିଥିଲୁ । ହେଲେ ଲକ୍ ଡାଉନ୍ ପାଇଁ ନିରାଶ ହୋଇଛୁ ବୋଲି ସେ କହିଛନ୍ତି ।
ତେଣୁ ମୋ ପରି ଜିଲ୍ଲାରେ ବହୁ ଗଣ୍ଡାବାଦ୍ୟକାର ଏବେ ସମାନ ଦଶା ଭୋଗୁଛନ୍ତି ।
ଆମ ବୃତ୍ତି ଏବେ ବିପଦରେ ପଡିଥିବାରୁ ଏହି ଦିଗରେ ସରକାରଙ୍କ ଦୃଷ୍ଟିପାତ ହେଉ ବୋଲି ଯଗନା କହିଛନ୍ତି ।
ଲୋକାଲ ୱାୟାର
Leave a Reply