ଭୁବନେଶ୍ୱର, ଜାନୁଆରୀ ୨୫(ଲୋକାଲ ୱାୟାର): ଚୀନରେ ଘାତକ ହୋଇଥିବା ‘କରୋନା’ ଭାଇରସ ୪୧ ଜଣଙ୍କ ଜୀବନ ନେବା ପରେ ଭାରତ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ରାଷ୍ଟ୍ର ସତର୍କତା ଜାରି କରିଛନ୍ତି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଶନିବାର ରାଜ୍ୟବାସୀଙ୍କ ପାଇଁ ସତର୍କତା ସହ ପରାମର୍ଶ ଜାରି କରିଛନ୍ତି ।
ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ସମେତ ପାରାଦୀପ ବନ୍ଦରରେ ସତର୍କ ରହିବାକୁ କୁହାଯାଇଛି । ଦକ୍ଷିଣ ଏସୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି ।
କଟକ ଏସସିବି, ବୁର୍ଲା ଭିମସାର, ବ୍ରହ୍ମପୁର ଏମକେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଏଭଳି ରୋଗୀ ଚିହ୍ନଟ ହେଲେ ସେମାନଙ୍କ ଚିକିତ୍ସା ପାଇଁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି ।
ଏ ସବୁ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ଖୋଲିଛି । ଆଇସିୟୁ ବେଡ୍ ମଧ୍ୟ ସଂରକ୍ଷିତ ରଖିବାକୁ କୁହାଯାଇଛି ।
ବାରିପଦା, ବାଲେଶ୍ୱର, ବଲାଙ୍ଗୀର, କୋରାପୁଟ ମେଡିକାଲ କଲେଜକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୪ ଜାଗାରେ କଣ୍ଟ୍ରୋଲ ରୁମ୍ ଜରିଆରେ ୨୪ ଘଣ୍ଟା ନଜର ରଖାଯିବ ।
ରାଜ୍ୟସ୍ତରରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply