ଭୁବନେଶ୍ୱର,ଅଗଷ୍ଟ ୩୦(ଲୋକାଲ ୱାୟାର): କରୋନା ପାଇଁ ଏବେ ଘରୁ ବାହାରିବା ମନା । ସଂକ୍ରମଣ ଆଶଙ୍କା ଭୟ ଥିବାରୁ ଅତ୍ୟାବଶ୍ୟକ ନ ହେଲେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି ।
ଦୋକାନ ବଜାର, ସପିଂ ମଲ୍, ବିଭିନ୍ନ ସପିଂ ଆଉଟଲେଟଗୁଡିକ ଖୋଲିଲେ ବି ସେଗୁଡିକରେ ବିକ୍ରିବଟା ସ୍ୱାଭାବିକ ହେଉନି ।
ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି କିଛି ଫ୍ୟାଶନ୍ ଡିଜାଇନର, ବ୍ୟକ୍ତିଗତ ଦୋକାନୀ ଓ କିଛି ରିଟେଲର ନିଜ ନିଜର ଅନଲାଇନ୍ ବିକ୍ରିବଟା ଆରମ୍ଭ କରିଛନ୍ତି ।
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ମଲ୍ ଓ ଛୋଟବଡ଼ ରିଟେଲରମାନେ ସବୁ ରକମ୍ର ସୁବିଧା ଯୋଗାଇ ଦେଉଛନ୍ତି ।
ନୂଆ ନୂଆ ପ୍ରଡକ୍ଟଠାରୁ ଆରମ୍ଭ କରି ଡିଜାଇନର ୱେୟାର୍୍, ପସନ୍ଦ ନହେଲେ ସାମଗ୍ରୀ ଫେରସ୍ତ ନେବାର ସୁବିଧା ସାଙ୍ଗକୁ ବିଭିନ୍ନ ପ୍ରକାର ପେମେ ସୁବିଧା ଯୋଗାଇ ଦେଉଛନ୍ତି ।
ବିଶେଷ କରି ଆଗରୁ ପୂଜା ଆସୁଥିବା ବେଳେ ଲୋକମାନଙ୍କ ଭିତରେ କିଣାକିଣି ପ୍ରତି ଆଗ୍ରହ ସୃଷ୍ଟି ହୋଇଛି ।
ଏ ବାବଦରେ ଏକ ଦାମୀ ବ୍ରାଣ୍ଡର ସେଲ୍ସ ଏକଜିକୁ୍ୟଟିଭ୍ ନିଜ ନାମ ଗୋପନ ରଖି କହିଛନ୍ତି ଏବେ ଅଧିକାଂଶ ବ୍ରାଣ୍ଡ ନିଜ ଗ୍ରାହକଙ୍କ ପାଇଁ ଅନ୍ଲାଇନ୍ ଡେଲିଭରି ବ୍ୟବସ୍ଥା କରିଛନ୍ତି ।
ଏଥିନିକ୍ ଡିଜାଇନ୍ ଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଡିଜାଇନ୍ ଯାଏଁ ସବୁକିଛି ଅନଲାଇନ୍ ରେ ମିଳି ପାରୁଛି । ପୁରୁଷ, ମହିଳା, ଶିଶୁ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ ସେମାନଙ୍କ ଚାହିଦା ହିସାବରେ ସାମଗ୍ରୀ ରଖାଯାଇଛି ।
ଡେଲିଭରି ଚାର୍ଜେସ୍ ବିନା ଆମେ ଘରେ ଆଣି ସାମଗ୍ରୀ ପହଞ୍ଚାଇ ଦେଉଛୁ । ଜଣେ ହ୍ୱାଟ୍ସ୍ଆପ୍ ଦ୍ୱାରା ମଧ୍ୟ ନିଜ ଚାହିଦା ମୁତାବକ ସାମଗ୍ରୀ ପାଇଁ ଅର୍ଡର ଦେଇ ପାରୁଛନ୍ତି ।
ଏହାଛଡା ଆମେ କୌଣସି ସାମଗ୍ରୀ ପସନ୍ଦ ନ ହେଲେ ୩୦ ଦିନ ମଧ୍ୟରେ ଫେରସ୍ତ ନେବର ବ୍ୟବସ୍ଥା ବି କରିଛୁ । ୟୁପିଆଇ, ଇଜିଭି କାର୍ଡଦ୍ୱାରା ଜଣେ କିପରି ସୁବିଧାରେ ଟଙ୍କା ଦେଇ ପାରିବ ସେ ସୁବିଧା ବି କରାଯାଇଛି ।
ଏ ବାବଦରେ ୱେଷ୍ଟ ସାଇଡ୍ କମ୍ପାନିର ଶ୍ୱେତା କହନ୍ତି ବିଏମସି ଷ୍ଟୋର୍ ଖୋଲିବାକୁ ଅନୁମତି ଦେବା ପରେ ଆମେ ସବୁ ଦୋକାନ ଖୋଲିଛୁ ।
ହେଲେ ଆଗ ଭଳି ଭିଡ଼ ନାହିଁ । ସେଲ୍ ଲାଗିଥିବା ସତ୍ତ୍ୱେ ଲୋକେ କରୋନା ଯୋଗୁଁ ଘରୁ ବାହାରିବାକୁ ଆଗ୍ରହ ଦେଖାଉ ନାହାନ୍ତି ।
ଗ୍ଲୋବାଲ୍ ଦେଶୀ କମ୍ପାନୀର ସ୍ୱାଗତିକା କୁହନ୍ତି ଏବେ ସବୁକିଛି ଅନଲାଇନ୍ ରେ ଚାଲିଛି । ଗ୍ରାହକମାନେ ଅନଲାଇନ୍ ରେ ଡିଜାଇନ୍ ଦେଖି ଅର୍ଡର ଦେଉଛନ୍ତି ।
କେହି କେହି ଅର୍ଡର କୋଡ୍ ଓ ଡ୍ରେସ ରଙ୍ଗ ଦେଖାଇ ବି ହୋମ୍ ଡେଲିଭରୀ ନେବାକୁ ପସନ୍ଦ କରୁଛନ୍ତି ।
ନାମୀଦାମୀ ବ୍ରାଣ୍ଡ ଯେପରିକି ଜିଓମାର୍ଟ ରିଲାଏନ୍ସ, ବିଗ୍ବଜାର ଆଦି ଅନ୍ଲାଇନ୍ ମାଧ୍ୟମରେ ଲୋକଙ୍କ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପହ ।
ଇ ଦେଉଥିବା ବେଳେ କିଛି ଘରୋଇ ଅନଲାଇନ୍ ପୋଷାକ ଦୋକାନୀ, ସୂତା, ଚିଡିୟାଁ, ୱିଭେନ୍ ଭଳି ଦାମୀ ବ୍ରାଣ୍ଡ ମଧ୍ୟ ସହର ମଧ୍ୟରେ ୪ରୁ ୫ ଦିନ ଭିତରେ ବିଭିନ୍ନ ଡିଜାଇନର ସାମଗ୍ରୀର ହୋମ୍ ଡେଲିଭରୀ କରୁଛନ୍ତି ।
ଦାମୀ ବ୍ରାଣ୍ଡକୁ ଛାଡ଼ିଦେଲେ କିଛି ବ୍ୟକ୍ତିଗତ ଓ ଛୋଟ ରିଟେଲର ମଧ୍ୟ ଅନ୍ଲାଇନ୍ରେ ଡ୍ରେସ୍ ସାମଗ୍ରୀ ପହଞ୍ଚାଇବାର ବନ୍ଦୋବସ୍ତ କରୁଛନ୍ତି ।
କେବଳ ସେତିକି ନୁହେଁ ବିଭିନ୍ନ ବ୍ରାଣ୍ଡ ଦୋକାନରେ ଏବେ ବିଭିନ୍ନ ଡ୍ରେସ୍ ସାମଗ୍ରୀ ଉପରେ ସେଲ୍ ଲାଗିଥିବା ବେଳେ ଏସବୁକୁ ଟ୍ରାଏଲ୍ କରିବାକୁ ଦେଉନାହାନ୍ତି ।
ତେଣୁ ବଜାର ଯାଇ ମନ ପସନ୍ଦର ଡ୍ରେସ୍ କିଣି ଆଣିଲେ ବି ବେଳେ ବେଳେ ତାହା ଫିଟ୍ ହେଉନଥିବାରୁ ତାହାକୁ ଫେରାଇବାକୁ ପଡୁଛି ।
କିଣିଲା ବେଳେ ମଲ୍ ଗୁଡ଼ିକ ଗ୍ରାହକମାନଙ୍କୁ ସାମାଜିକ ଦୂରତା ଓ ସ୍ୱଚ୍ଛତାକୁ ଦୃଷ୍ଟି ଦେଇ ମଲ୍ ଭିତରକୁ ସଙ୍ଗେ ସଙ୍ଗେ ଯିବାକୁ ଅନୁମତି ଦେଉଥିଲା ବେଳେ କୌଣସି ସାମଗ୍ରୀ ଫେରସ୍ତ ପାଇଁ ଗଲେ ୩୦ରୁ ୪୫ ମିନିଟ୍ ବାହାରେ ଅପେକ୍ଷା କରିବାକୁ ପଡୁଛି ।
ଫଳରେ ଅଧିକାଂଶ ଲୋକ ଅନଲାଇନ୍ ସପିଂ ଉପରେ ଗୁରୁତ୍ୱ ଦେଉଥିବା ଏନଆଇଏଫଟି ଛାତ୍ରୀ ଶ୍ୱେତଲିନ କହିଛନ୍ତି ।
ଲୋକାଲ ୱାୟାର
Leave a Reply