ଭଦ୍ରକ, ଏପ୍ରିଲ୍ ୧୭ (ଲୋକାଲ ୱାୟାର) କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତି ସାଇକେଲରେ ହାଇଦ୍ରାବାଦ୍ ରୁ ନିଜ ଗାଁକୁ ଫେରିଛନ୍ତି।
ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଗ୍ରାମର ନୃସିଂହ ସାହୁଙ୍କ ପୁଅ ପ୍ରଶାନ୍ତ ହାଇଦ୍ରାବାଦ ହାଇଟେକ ସିଟି ଠାରେ ସିକ୍ୟୁରିଟି ଗାର୍ଡଭାବେ କାର୍ଯ୍ୟ କରୁଥିଲେ ।
କରୋନା ଲକଡାଉନ ପାଇଁ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଚାକିରୀ ଛୁଟି ହୋଇଯିବାରୁ ପ୍ରଶାନ୍ତ ସେଠାରେ ବସି ରହିଥିଲେ ବୋଲି କହିଛନ୍ତି।
ଧିରେଧିରେ ଖାଦ୍ୟପେୟର ଅଭାବ ଦେଖାଦେବା ସହ ପାଖରେ ପଇସାପତ୍ର ମଧ୍ୟ ସରିଯାଇଥିଲା ।
ଏଭଳି ଏକ ସମୟରେ ସେ ଘରକୁ ଆସିବା ପାଇଁ ମନସ୍ଥ କରିଥିଲେ ।
ବିଭିନ୍ନ ଯାନବାହନ ବନ୍ଦ ଥିବାରୁ ସେ ଏକ ସାଇକେଲ ଯୋଗେ ହାଇଦ୍ରାବାଦରୁ ଭଦ୍ରକ ପ୍ରାୟ ୧୩ଶହ କି.ମି.ରୁ ଅଧିକ ହେବ ଯାତ୍ରାକରି ଆସି ପହଞ୍ଚିଥି ବା ସେ କହିଛନ୍ତି।
ଏହି ଆଠଦିନ ଯାତ୍ରାରେ ପ୍ରଶାନ୍ତ ଆସି ନିଜଗାଁ ପିରିପୁର ଠାରେ ପହଞ୍ଚିବାପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଓଡିଶା ବାହାରୁ ଆସିଥିବାରୁ ସେ ତାଙ୍କ ନିଜ ତରଫରୁ ଘରକୁ ନଯାଇ ସ୍ଥାନୀୟ ବିଦ୍ୟାଳୟରେ ରହିଛନ୍ତି ।
ଖବର ପାଇଁ ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେନାପତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ଗିରିଶ ଚନ୍ଦ୍ର ସାମଲ ପ୍ରମୁଖ ପିରିପୁର ଠାରେ ପହଞ୍ଚି ପ୍ରଶାନ୍ତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ ।
ଏହାଛଡା ତାଙ୍କୁ ଦୈନନ୍ଦିନ ପଞ୍ଚାୟତ ତର‘ରୁ ସମସ୍ତ ଖାଦ୍ୟପେୟ ଯୋଗାଇଦେବାର ବ୍ୟବସ୍ଥା ହୋଇଥିବା ଜଣାଯାଇଛି ।
ଲୋକାଲ ୱାୟାର
Leave a Reply