ଭୁବନେଶ୍ୱର, ଡିସେମ୍ବର ୧୭(ଲୋକାଲ ୱାୟାର): ଅନ୍ତର୍ଜାତୀୟ ଶୋଭନୀୟତା ନିରୋଧ ଆନେ୍ଦାଳନ ତରଫରୁ ଆୟୋଜିତ ଅଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀର ବିଭିନ୍ନ ଦେଶରୁ ନାରୀନେତ୍ରୀମାନେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ ।
ସେମାନେ କହିଥିଲେ ସାମ୍ପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟମ୍ଭାବୀ ଓ ଅନସ୍ୱୀକାର୍ଯ୍ୟ ।
ସାରା ବିଶ୍ୱରେ କୋଭିଡ୍-୧୯କୁ କାବୁ କରିବା ନେଇ ମହିଳାମାନଙ୍କର ପ୍ରଭାବଶାଳୀ ଭୂମିକା ଏବଂ ଶିଶୁକନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ ଆଦି ଦୁଇଟି ବିଷୟବସ୍ତୁକୁ ଆଧାର କରି ୱେବିନାର୍ ଅନୁଷ୍ଠିତ ହୋଇଥିଲା ।
ଏହାକୁ ବିଶିଷ୍ଟ ସମାଜସେବୀ ଡ. ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିଲେ ନୂଆଦିଲ୍ଲୀ ସ୍ଥିତ ବାଳ ବିକାଶ ସମିତିର ବରିଷ୍ଠ ସଦସ୍ୟା ଡ. ସରିତା ଷଡ଼ଙ୍ଗୀ, ନୃତ୍ୟାଙ୍ଗନା ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ, ଚାଟାର୍ଡ ଆକାଉଣ୍ଟାଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ, ନ୍ୟୁଜିଲାଣ୍ଡରୁ ସୁରଭି ପଟ୍ଟନାୟକ ଓ ଅନ୍ୟମାନେ ସାମିଲ ହୋଇ ନିଜର ମତ ରଖିଥିଲେ ।
ସମଗ୍ର କାର୍ଯ୍ୟକ୍ରମ ଶୋଭନୀୟ ଆନ୍ଦୋଳନର ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀଙ୍କର ସକ୍ରିୟ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ।
ଲୋକାଲ ୱୟାର
Leave a Reply