• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ପ୍ରତାପ ଓ କେଶବ

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ପ୍ରତାପ ଓ କେଶବ

April 24, 2020 By Amarnath Parida Leave a Comment

ଜଗତସିଂହପୁର, ଏପ୍ରିଲ ୨୪ (ଲୋକାଲ ୱାୟାର): କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ମହାନଗର ନିଗମ ଅଞ୍ଚଳରେ ସାନିଟାଇଜ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଜିଲ୍ଲା ଗୁଡ଼ିକ ଏସବୁରୁ ବଞ୍ଚିତ ।

କେବଳ ସରକାର ନୁହେଁ ଏ ଦିଗରେ ସାଧାରଣ ଜନତା ମଧ୍ୟ ସହଯୋଗର ହାତ ବଢ଼ାଇବା ଦରକାର । ସାମାନ୍ୟ ସାହାଯ୍ୟ ବି ଏହି ସମୟରେ ଅନେକଗୁଡିଏ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ।

ସରକାରୀ ସୁବିଧାକୁ ଅପେକ୍ଷା ନ କରି ଜଗତସିଂହପୁର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି, ଗାଁ, ଅଫିସ, ସାଧାରଣ ସ୍ଥାନ, ଅଙ୍ଗନବାଡ଼ି କେନ୍ଦ୍ର ଆଦି ଅଞ୍ଚଳରେ ଜଣେ ସ୍ୱେଚ୍ଛାସେବୀ ସାନିଟାଇଜ୍ କରିବା ଆରମ୍ଭ କରିଛନ୍ତି ।

ସେ ହେଉଛନ୍ତି ପ୍ରତାପ କୁମାର ସାହୁ । ଏରସମା ବ୍ଲକ୍ ଗୋଡ଼ା ଗାଁର ପ୍ରତାପ ଏଥିପାଇଁ ନିଜସ୍ୱ ଉଦ୍ୟମରେ ଏକ ତିନି ଜଣିଆ ଦଳ ଗଢ଼ିଛନ୍ତି ।

ଯେଉଁମାନେ କି ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ସାନିଟାଇଜ୍ କାମ କରୁଛନ୍ତି ।

ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ପ୍ରତାପ ଏଭଳି କାମ କରୁଥିବା ବେଳେ ତାଙ୍କର ଉଦ୍ୟମକୁ ଏବେ ସାଧାରଣରେ ପ୍ରଶଂସା କରାଯାଉଛି ।

ଏ ବାବଦରେ ପ୍ରତାପ କହିଛନ୍ତି ସାନିଟାଇଜ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହ ତିନୋଟି ସ୍ପ୍ରେ ମେସିନ୍ କିଣାଯାଇଛି ।

ଏହି ରସାୟନ ପ୍ରସ୍ତୁତ ପାଇଁ ହାଇପୋସୋଡିୟମ୍ କ୍ଲୋରାଇଡ, ସର୍ଜିକାଲ ସ୍ପିରିଟ୍, ଲାଇଜଲ୍, ବ୍ଲାକ୍ କୋବ୍ରା ଫିନାଇଲ୍ ଆଦି ବ୍ୟବହାର କରାଯାଉଛି ।

ଏହି ରସାୟନ ଶରୀର ପାଇଁ କ୍ଷତିକାରକ ହୋଇନଥିବା ବେଳେ ଏହାର କୌଣସି ପାରିପାଶ୍ୱର୍ିକ ପ୍ରଭାବ ମଧ୍ୟ ନାହିଁ । ଏହାସହ କରୋନା ମୁକାବିଲା ପାଇଁ ମଧ୍ୟ ଏହି ରସାୟନ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି ।

କୀଟନାଶକ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଏହି ରସାୟନ ପ୍ରସ୍ତୁତ କରାଯାଉଛି।

ଶ୍ରୀ ସାହୁ ଆହୁରି କହିଛନ୍ତି, ଯଦିଓ ଜଗତସିଂପୁର ଜିଲ୍ଲା ଏବେବି କରୋନା ଆକ୍ରାନ୍ତରୁ ଅଳ୍ପକେ ବର୍ତ୍ତି ରହିଛି ତଥାପି ଏଥିରୁ ମୁକୁଳିବା ପାଇଁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ଆମର ମୂଳ ଉଦେ୍ଦଶ୍ୟ ଜନସାଧାରଣଙ୍କ ସମାବେଶ ଯେପରି ନ ହୁଏ । ଆଉ ଯେଉଁ ସ୍ଥାନରେ ଲୋକଙ୍କ ସମାବେଶ ହେଉଛି ସେଠାରେ ଯେମିତି ଏହି ଭାଇରସ ନ ବ୍ୟାପେ ।

ଜାତୀୟ ରାଜପଥ ୫୫ରେ କଟକରୁ ନୂଆ ଗାଁ ଯାଉଥିବା ରାସ୍ତାର ଦୁଇପଟେ ଥିବା ଘର ଓ ରାସ୍ତାକୁ ଏହି କୀଟନାଶକ ଔଷଧ ସିଞ୍ଚନ ଦ୍ୱାରା କିପରି କୀଟାଣୁମୁକ୍ତ କରାଯିବ ସେ ଦିଗରେ ଆମ ଟିମ୍ କାମ କରୁଛି ।

ଏହାସହ ବିଭିନ୍ନ ଗାଁ, ସର୍ବସାଧାରଣ ସ୍ଥାନ, ଅଙ୍ଗନବାଡ଼ି କେନ୍ଦ୍ର, ଧାର୍ମିକ ସ୍ଥଳୀ, ମାର୍କେଟ ସ୍ଥାନ ଆଦିକୁ ମଧ୍ୟ ସାନିଟାଇଜ୍ କରାଯାଉଛି ।

ସ୍ଥାନୀୟ ଏସପି ପ୍ରକାଶ ଆର୍., ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ, ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ବୁ୍ୟରୋଙ୍କ ମିଳିତ ଏକ ଟିମ୍ ଗୁରୁବାର କୀଟନାଶକର ଗୁଣବତ୍ତା ପରୀକ୍ଷା କରିଛନ୍ତି ।

ପରେ ଏହାର ଗୁଣବତ୍ତାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲାରେ ଏହାର ସିଞ୍ଚନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଆଜି ଆମେ ଏସପି ଅଫିସ, ଡିଆଇବି ଅଫିସ, ପୁଲିସ ଷ୍ଟେସନ୍, ପୁଲିସ କ୍ୱାଟର୍ରସ୍, ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ କିଛି ସର୍ବସାଧାରଣ ସ୍ଥାନ ଆଦିରେ ଏହି କୀଟନାଶକ ପ୍ରୟୋଗ କରିଛୁ । ଆଜିକୁ ୨୫ ଦିନ ହେଲା ଏହି ସାନିଟାଇଜର୍ ଡ୍ରାଇଭ୍ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ଏହା ଚାଲିବ ବୋଲି ପ୍ରକାଶ କହିଛନ୍ତି ।

ଶ୍ରୀ ସାହୁଙ୍କ ଭଳି ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତର ସରପଞ୍ଚ କେଶବ ଚରଣ ପାତ୍ର ମଧ୍ୟ ନିଜ ସାହାଯ୍ୟ ପାଇଁ ସାଧାରଣରେ ପ୍ରଶଂସା ସାଉଁଟି ପାରିଛନ୍ତି । ସରପଞ୍ଚ ଶ୍ରୀ ପାତ୍ର ୧୦୦ରୁ ଅଧିକ ଦାଦନ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ମୁମ୍ବାଇ, ପୁନେ, ଗୁଜରାଟ, କେରଳ ଓ ଚେନ୍ନାଇରେ ରହୁଥିବା ଏହି ଶ୍ରମିକମାନେ ବାହାର ରାଜ୍ୟରେ ଥିବାବେଳେ କାମ ନ ପାଇ ଏବେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଏହି ସବୁ ଶ୍ରମିକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଇଏଫଏସ୍ କୋଡ୍ ସଂଗ୍ରହ କରାଯାଇ ସେମାନଙ୍କୁ ଟଙ୍କା ପଠାଯାଇଛି ।

ପ୍ରାୟ ୧୩୦ ଏଭଳି ଦାଦନ ଶ୍ରମିକଙ୍କ ନିକଟକୁ ଟଙ୍କା ପଠାଯାଇଥିବା ବେଳେ ଏସବୁ ସରପଞ୍ଚ ନିଜ ହାତରୁ ଖର୍ଚ୍ଚ କରିଥିବା କହିଛନ୍ତି ।

ସେହିପରି ଗାଁରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକମାନଙ୍କୁ ଡାଲି, ଚାଉଳ, ତେଲ ସହ ଜଣପିଛା ୧୦୦୦ରୁ ୧୫୦୦ ଟଙ୍କା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire