ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ଏବେ କେହି କରୋନା ପଜିଟିଭ୍ ବାହାରିଲେ ତାଙ୍କ ଘର ସମ୍ମୁଖରେ ଆଉ ଷ୍ଟିକରିଂ କରାଯିବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କୁହାଯାଇଛି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେହି କରୋନାରେ ଆକ୍ରାନ୍ତ ହେଲେ ତାଙ୍କ ଘର ସମ୍ମୁଖରେ ଷ୍ଟିକର ଲଗାଯାଉଥିଲା ।
ଯଦ୍ୱାରା କି ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ନହେବେ ।
ଲୋକାଲ ୱାୟାର
Leave a Reply