ପୁରୀ, ସେପ୍ଟେମ୍ବର ୨୯(ଲୋକାଲ ୱାୟାର): କରୋନାରେ ସଂକ୍ରମିତ ହୋଇଥିବା ସେବାୟତ ମାନେ ଶ୍ରୀମନ୍ଦିର ପରିସରକୁ ନ ଆସିବାକୁ ନିିଦେ୍ର୍ଦଶ ଦିଆଯାଇଥିବା ମଙ୍ଗଳବାର କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ ଅଜୟ ଜେନା ।
ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ଯେଉଁ ସେବାୟତମାନଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ୧୭ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରକୁ ପ୍ରବେଶ କରିବାକୁ ମନା କରାଯାଇଛି ।
ଯଦି କେହି ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।
ସେହିପରି ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ଖାଇ ଛେପ ପକାଉଥିବା ସେବାୟତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଶ୍ରୀ ଜେନା କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଇତି ମଧ୍ୟରେ ଶ୍ରୀମନ୍ଦିରରେ ସେବାୟତ ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୪୫୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏପରିକି ଶ୍ରୀମନ୍ଦିର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ହେଲାଣି ।
ତେଣୁ ଯେପରି ଆଉ ଅଧିକ ସେବାୟତ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି ।
ଲୋକାଲ ୱାୟାର
Leave a Reply