ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର); କରୋନା ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ସ୍ଥପତି ।
ରାଜଧାନୀ ଭୁବନେଶ୍ୱରର ଡମଣା ଛକରେ ଏକ କରୋନା ସଚେତନତା ସ୍ଥାପତ୍ୟ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଓଡ଼ିଶା ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍ ପକ୍ଷରୁ କରାଯାଇଥିବା ଏହି ସ୍ଥାପତ୍ୟରେ ୫୦ରୁ ଅଧିକ ମୁହଁ ଓ ସେଥିରେ ମାସ୍କ ଲଗାଯାଇଛି ।
୮ ଫୁଟ୍ ଉଚ୍ଚର ଏହି କୃତି ପାଇଁ ଆର୍ଟିଷ୍ଟ ମାନଙ୍କୁ ୩ ଦିନ ସମୟ ଲାଗିଛି । ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ଏହି କାରିଗରୀକୁ ନିର୍ମାଣ କରିଛନ୍ତି ପ୍ରିୟରଞ୍ଜନ ବରାଳ, ଶ୍ରୀକୃଷ୍ଣ ବେହେରା ଓ ବିଭୂତି ମହାରଣା ।
ଏହାପୂର୍ବରୁ ଓଡ଼ିଶା ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍ ପକ୍ଷରୁ କ୍ୟାପିଟାଲ୍ ପୁଲିସ ଷ୍ଟେସନ୍, ୪ ନମ୍ବର ମାର୍କେଟ ଓ ଏକ ନମ୍ବର ମାର୍କେଟ ଅଞ୍ଚଳରେ ବିଭିନ୍ନ ଚିତ୍ର ଓ ସ୍ଥାପତ୍ୟ ଦ୍ୱାରା କରୋନା ସମ୍ପର୍କିତ ଜନସଚେତନତା ସୃଷ୍ଟି କରାଯାଉଛି ।
ଏହାଛଡ଼ା ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି ।
ଲୋକାଲ ୱାୟାର
Leave a Reply