କଟକ,ମାର୍ଚ୍ଚ ୬ (ଲୋକାଲ ୱାୟାର):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ସନ୍ଦେହରେ ଚିକତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ବିଦେଶୀ ନାଗରିକ ଗୁରୁବାର ଦିନ ଫେରାର ହୋଇଯାଇଥିବା ସ୍ଥାନୀୟ ପୁଲିସ କହିଛି ।

ମେଡିକାଲ କର୍ମଚାରୀ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ସେ ନ ମିଳିବାରୁ ମେଡିକାଲ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି ।

ଆୟରଲାଣ୍ଡର ପିଟର ନାମକ ୩୭ ବର୍ଷିୟ ଏହି ଯୁବକ ଭୁବନେଶ୍ୱର ଏୟାରେପୋର୍ଟ ଯାଉଥିବା ବେଳେ ତାଙ୍କୁ କରୋନା ସନ୍ଦେହରେ ଏୟାରପୋର୍ଟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ଏହାପରେ ସନ୍ଧ୍ୟାରେ ତାଙ୍କୁ ଏସସିବିକୁ ରେଫର କରାଯାଇଥିଲା ।

ସେ ବାହାରକୁ ଯିବାକୁ କହି ଆଉ ଫେରି ନଥିଲେ ।

ଲୋକାଲ ୱାୟାର