ଭୁବନେଶ୍ୱର,ଅକ୍ଟୋବର ୯(ଲୋକାଲ ୱାୟାର): ରାଜ୍ୟର କଳାକାର ଭତ୍ତା ପାଉଥିବା କଳାକାରମାନଙ୍କୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆଗୁଆ କଳାକାର ଭତ୍ତା ପ୍ରଦାନ କରାଯିବ ।
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର-୨୦୨୦ ପର୍ଯ୍ୟନ୍ତ ପୂର୍ବରୁ ଭତ୍ତା ପ୍ରଦାନ କରାଯାଇଥିଲା ।
କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ଠାରୁ ଡିସେମ୍ବର-୨୦୨୦ ପର୍ଯ୍ୟନ୍ତ ଆଗୁଆ ତିନି ମାସର କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତିମାସ ୩୪ ହଜାର ୬୫୩ ଜଣ କଳାକାରମାନଙ୍କୁ ଜଣକୁ ମାସିକ ୧୨ଶହ ଟଙ୍କା ହିସାବରେ ୪,୧୫,୮୩,୬୦୦ ଟଙ୍କା ପ୍ରଦାନ କରାଯାଉଛି ।
ଚଳିତ ଥର ତିନିମାସ ନିମନ୍ତେ ୧୨,୪୭,୫୦,୮୦୦ ଟଙ୍କା ଭତ୍ତା ପୂର୍ବପରି ଜିଲ୍ଲାପାଳମାନଙ୍କ ଜରିଆରେ କଳାକାରମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଲୋକାଲ ୱାୟାର
Leave a Reply