ଭୁବନେଶ୍ୱର, ଅଗଷ୍ଟ ୧୯(ଲୋକାଲ ୱାୟାର): କିଏ କେବେ ଦେଖିଛିକି କଳାକାର କାନ୍ଦିବାର । ବହୁଦିନ ତଳେ ଏମିତି ଏକ ଗୀତ ଆସିଥିଲା ।
ପରଦାରେ ହସାଉଥିବା, କନ୍ଦାଉଥିବା ମଣିଷର ଯେ ଅନେକ ଦୁଃଖ ଅଛି, ପ୍ରାୟତଃ କେହି ଜାଣନ୍ତି ନାହିଁ ।
ତେଣୁ ଯେଉଁମାନେ ଭାବୁଛନ୍ତି କଳାକାରର ଦୁନିଆ ଗୋଟିଏ ହସଖୁସିର ଦୁନିଆ ସେମାନେ ଭାବିବା ଭୁଲ ।
କାରଣ କଳାକାରର ଜୀବନଟା ଗୋଟିଏ ଉତ୍ସବ ନୁହେଁ ବୋଲି କହିଛନ୍ତି ଅଭିନେତ୍ରୀ ପୁନମ ମିଶ୍ର ।
ନିଜର ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରି ପୁନମ ଲେଖିଛନ୍ତି, ସେଲିବ୍ରିଟି ଲାଇଫ୍ ନଟ୍ ଜଷ୍ଟ୍ ଏ ଫେଷ୍ଟିଭାଲ୍ସ ।
ଜୀବନ ଯେଉଁଠି ଅଛି ସେଇଠି ଯନ୍ତ୍ରଣା ବି । କଳାକାର ଅନେକ କଷ୍ଟ କଲା ପରେ କଳାକାର ହୁଏ ।
ସେତିକି ସାଧନା, ନିଷ୍ଠା ଓ ପରିଶ୍ରମ ନରହିଲେ କଳାକାର ହୋଇ ତିଷ୍ଠି ରହିବା ଏତେଟା ସହଜ ନୁହେଁ ।
ଲୋକାଲ ୱାୟାର
Leave a Reply