ଭୁବନେଶ୍ୱର, ମାର୍ଚ୍ଚ ୧୪(ଲୋକାଲ ୱାୟାର): ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ପର୍ଯ୍ୟଟକ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ଅଣାଯାଇ ସେଠାରେ ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା ।
କଳାଭୂମି ପରିସରରେ ପିଲାମାନେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ସେମାନଙ୍କୁ ପାନ୍ଥନିବାସ ନିଆଯାଇ ସେଠାରେ ଓଟିଡିସି ପକ୍ଷରୁ ପୋଷାକ ଓ ଶିକ୍ଷଣୀୟ କିଟ ପ୍ରଦାନ କରାଯାଇଥିଲା ।
‘ଶ୍ରୀ’ ଅଭିଯାନର ସହଯୋଗରେ ଓଟିଡିସି ପକ୍ଷରୁ ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ଏଭଳି ପ୍ରୟାସ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀମାନଙ୍କ ସହ ସମାଜସେବୀ ପ୍ରୀତିଛନ୍ଦା ଧଳ, ସ୍ୱରାଜଲକ୍ଷ୍ମୀ ସାମଲ, ନମ୍ରତା ଚଢ଼ା, ବବିତା ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply