ଭୁବନେଶ୍ୱର, ଫେବ୍ରୁଆରୀ ୧୮(ଲୋକାଲ ୱାୟାର): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ନୂଆ ରୂପ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ପ୍ରସ୍ତାବିତ ଆଧୁନିକ ଷ୍ଟୁଡିଓରେ ରହିବ ୩ଟି ଜୋନ୍ । ଜୋନ୍-୧ରେ ଇନ୍ଡୋର୍ ସୁଟିଂ ଫ୍ଲୋର୍, ସୁଟିଂ ମୁଖଶାଳା, ଫିଲ୍ମ ଟେକ୍ ଜୋନ୍, ବ୍ୟବସାୟିକସ୍ଥାନ, ଖୋଲା ଅଗଣା, ଜୋନ୍-୨ରେ ଆଉଟ୍ ଡୋର୍ ସୁଟିଂ ସୁବିଧା, ସୁଟିଂ ଉଦ୍ୟାନ, ପିଲାଙ୍କ ଜୋନ୍, ଦୁର୍ଗ ଦୃଶ୍ୟ, ବରଫ ଜୋନ୍ ଏବଂ ଷ୍ଟଣ୍ଟ ସିନ୍ କାର୍ଯ୍ୟକ୍ରମ ଏବଂ ଜୋନ୍-୩ରେ ଖାଦ୍ୟ ପ୍ରାଙ୍ଗଣ, କଳାକାରମାନଙ୍କ ରହିବା, ଖାଇବା ସୁବିଧା, ସାମାଜିକ କାର୍ଯ୍ୟକ୍ରମ ରହିବ । ବର୍ତ୍ତମାନର ଷ୍ଟୁଡିଓ ସଂରକ୍ଷିତ ହୋଇ ରହିବ ।
କଳିଙ୍ଗ ଷ୍ଟୁଡିଓକୁ ଉଭୟ ସିନେମା ସୁଟିଂ, ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ । ଏହାର ନବୀକରଣ ଦ୍ୱାରା ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରହିଛି ।
ଲୋକାଲ ୱାୟାର
Leave a Reply