ଭୁବନେଶ୍ୱର, ଜାନୁଆରୀ ୧(ଲୋକାଲ ୱାୟାର): ଖ୍ୟାତନାମା ବିଜ୍ଞାପନ ଚଳଚ୍ଚିତ୍ର ନିଦେ୍ର୍ଦଶକ ଅବିନାଶ ନନ୍ଦଙ୍କ ଚଳଚ୍ଚିତ୍ର ‘ସିଲଭର ଗାନ୍ଧୀ’ ଗତ ୩୧ ତାରିଖରେ କାନ୍ସ ସିଲ୍କ ରୋଡ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବାୟୋଗ୍ରାଫିକାଲ ଫିଲ୍ମ ପୁରସ୍କାର ପାଇଁ ବିବେଚିତ ହୋଇଛି ।
‘ସିଲଭର ଗାନ୍ଧୀ’ ଏଭଳି ସମ୍ମାନଜନକ ପୁରସ୍କାର ପାଇଁ ବିବେଚିତ ହେବାରେ ଏକମାତ୍ର ଭାରତୀୟ ଫିଲ୍ମ ।
ଏହି ଚଳଚ୍ଚିତ୍ର କୋଟି କୋଟି ଭାରତୀୟଙ୍କୁ ସ୍ୱଚ୍ଛତା ଦିଗକୁ ପ୍ରୋତ୍ସାହିତ କରିବ ।
ଏହି ଅବସରରେ ଶ୍ରୀ ନନ୍ଦ ଚଳଚ୍ଚିତ୍ରର ପ୍ରଯୋଜକ ସନ୍ତୋଷ ସେଟ୍ଟି, ସଙ୍ଗୀତା ହନ୍ସ ଏବଂ ରାଜିନ୍ଦର ଭାଟିଆଙ୍କ ସମେତ ଲେଖକ ଅଭିମନୁ୍ୟ ମିଶ୍ର ଏବଂ ସଞ୍ଜୟ ମାସୁମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply