ରାଉରକେଲା, ଏପ୍ରିଲ ୧୧(ଲୋକାଲ ୱାୟାର): ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାର ସୀମାବର୍ତ୍ତୀ ମହିପାଣି ଛକରେ ବୁଧବାର ଅପରାହ୍ଣରେ ଏକ କାରରୁ କେହି ଜଣେ ୨୭ ଲକ୍ଷ ଟଙ୍କା ରାସ୍ତାକୁ ଫିଙ୍ଗି ଦେଇଥିବା ବେଳେ ତାହାକୁ ଫ୍ଲାଇଂ ସ୍କ୍ୱାଡ୍ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଏକ ନମ୍ବରବିହୀନ କାରରେ ଟଙ୍କା ଯାଉଥିବା ସୂଚନା ପାଇ ଫ୍ଲାଇଂ ସ୍କ୍ୱାଡ ଉକ୍ତ ଗାଡ଼ିର ପିଛା କରିଥିଲା ।
ତେବେ ମହିପାଣି ଛକ ଠାରେ ଦୁଇ ଜଣ ବ୍ୟକ୍ତି ଟଙ୍କା ବ୍ୟାଗ୍ ବାହାରକୁ ଫିଙ୍ଗିଦେବା ପରେ କାରଟି ଦ୍ରୁତଗତିରେ ପଳାଇଥିଲା । ବ୍ୟାଗରୁ ୨୭, ୪୯, ୫୦୦ ଟଙ୍କା ଜବତ କରାଯାଇଛି ।
ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ବିଶ୍ରା ଅଞ୍ଚଳ ଥିବାରୁ କୌଣସି ପ୍ରାର୍ଥୀଙ୍କ ପାଇଁ ଟଙ୍କା ଯାଉଥିବା ଫ୍ଲାଇଂ ସ୍କ୍ୱାଡର ଅଧିକାରୀମାନେ ସନ୍ଦେହ କରୁଛନ୍ତି ।
ଜବତ ହୋଇଥିବା ୨୭ ଲକ୍ଷ ୪୯ ହଜାର ୫୦୦ ଟଙ୍କା ପାନପୋଷ ଟ୍ରେଜେରିର ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି ।
ଲୋକାଲ ୱାୟାର
Leave a Reply